ଜିଲ୍ଲାବ୍ୟାପୀ ବାଲ୍ୟବିବାହ ବନ୍ଦ ଓ ନିଶାମୁକ୍ତ କରିବା ପାଇଁ ନିଆରା ଢଙ୍ଗରେ ଗଜପତି ଜିଲ୍ଲାରେ ବିଭିନ୍ନ ସାମୁହିକ ସଚେତନତା ଓ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଅନୁଷ୍ଠିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା’କୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ବନ୍ଦ ଓ ନିଶାମୁକ୍ତ ସହ ଅବୈଧ ଚାଲାଣ ମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ ଆଜି ଜିଲ୍ଲା ପ୍ରଶାସନ ଓ ସର୍ବସାଧାରଣ’ଙ୍କ ମିଳିତ’ରେ ନିଆରା ଢଙ୍ଗରେ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲା ବ୍ୟାପି ବିଭିନ୍ନ ସାମୁହିକ ସଚେତନତା ଓ ମାନବଇ ଶୃଙ୍ଖଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଜପତି ଜିଲ୍ଲା’ରେ ପଲ୍ଲୀ ଠାରୁ ଆରମ୍ଭ କରି ବିଭିନ୍ନ ସହର’ ସମେତ ପାରଳାଖେମୁଣ୍ଡି ସହର’ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆଜି ଦିନରେ ଶତାଧିକ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ବିଭିନ୍ନ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ’ଙ୍କ ସମେତ ପଲ୍ଲୀ ଓ ସହରର ସର୍ବସାଧାରଣ ଏଭଳି ଲକ୍ଷାଧିକ ସଂଖ୍ୟାରେ ଏହି କାର୍ଯ୍ୟକ୍ରମ’ରେ ଯୋଡ଼ି ହୋଇଥିଲେ l 


ପାରଳାଖେମୁଣ୍ଡି ସହର ଓ ଆଖପାଖ ଗ୍ରାମର ଉପରୋକ୍ତ ସମସ୍ତେ ମୁଖ୍ୟ ରାସ୍ତା’ର ଗୋଟିଏ ପାର୍ଶ୍ୱରେ ସହରର ପ୍ରାୟ ୭ କିମି ଦୈର୍ଘ୍ୟ ପରୀମିତ’ରେ ଠିଆ ହୋଇ ସମସ୍ତେ ହାତକୁ ହାତ ଧରି ଏବଂ ହାତରେ ବାଲ୍ୟ ବିବାହ ଓ ନିଶା ସେବନ’ର କୁପରିମ ଉପରେ ବିଭିନ୍ନ ସଚେତନତା ମୂଳକ ପୋଷ୍ଟର ଓ ବ୍ୟାନର ଧରି ଯିବା ଆସିବା କରୁଥିବା ଲୋକ’ଙ୍କୁ ଓ ସହରବାସୀ’ଙ୍କୁ ସଚେତନ କରାଇଥିଲେ l ଯେତେ ସବୁ ଏଥିରେ ଯୋଡ଼ି ହୋଇଥିଲେ ସମସ୍ତେ ଗୋଟିଏ ଚେନରେ ସାମିଲ ଥିଲେ l ଏହି ଅବସର’ରେ ଜିଲ୍ଲା ପ୍ରଶାସନ’ର ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ଥାନୀୟ ଆର୍ସେଟି ହଲ ଠାରେ ଏକ ସଚେତନତା ସଭା କର୍ଯ୍ୟକ୍ରମ୍ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି ତିରୁପତି ରାଓ ଏବଂ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗଦେଇ ଜିଲ୍ଲା’କୁ ବାଲ୍ୟ ବିବାହ ଓ ନିଶା ସେବନ’ର କୁପରିଣାମ ଉପରେ କହି ଏ ସବୁର ମୂଳୋତ୍ପାଟନ କରିବା ସହ ଅବୈଧ ଚାଲାନ’କୁ ରୋକିବା ଦିଗରେ ସମସ୍ତ’ଙ୍କ ସହଯୋଗ କାମନା କରିଥିଲେ l ଏହି କାର୍ଯ୍ୟକ୍ରମ’ରେ ବାଲ୍ୟ ବିବାହ ଓ ନିଶା ସେବନ ମୁକ୍ତ ସମେତ ନିଶା ସେବନ ରୋକିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସରପଞ୍ଚମାନଙ୍କୁ ସମ୍ମାନିତ କରା ଯାଇଥିଲା। l ଅନ୍ୟ ସବୁ କାର୍ଯ୍ୟକ୍ରମ ମଧ୍ୟରେ ଉପରୋକ୍ତ ସବୁ ରୋକିବା ଦିଗରେ ସଂକଳ୍ପବଦ୍ଧ ହେବା ପାଇଁ ଉପସ୍ଥିତ ସମସ୍ତେ ଶପଥ ପାଠ କରିଥିଲେ l ଏଥିସହ ସଚେତନତା କାର୍ଯ୍ୟକ୍ରମ ସ୍ଥଳରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଓ ସଚେତନତା ମୂଳକ ସଂକ୍ଷିପ୍ତ ନାଟକ ଅନୁଷ୍ଠିତ ହେବା ସହ ସମସ୍ତ କାର୍ଯ୍ୟକ୍ରମ ଶେଷରେ ସଚେତନତା ପ୍ରଚାର ଅଭିଯାନ ରଥ’କୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଏକସନ୍ ଏଡ ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ ମେହେର ସଞ୍ଚାଳନ ଓ ସଂଯୋଜନା କରିଥିବା ବେଳେ ଏହି କାର୍ଯ୍ୟକ୍ରମ’ରେ ଏଡିଏମ୍ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚଲ ଖମାରୀ। , ଏଏସପି ଶ୍ରୀ ବାମଦେବ ସିଂ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲଗୁନୀ ମାଝୀ, ପାରଳା ପୌର ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ବେହେରା ଏବଂ ଡିଏସଏସଓ ଶ୍ରୀ ପବିତ୍ର ଦାସ ପ୍ରମୁଖ ମଞ୍ଚାସିନ ରହି ବାଲ୍ୟ ବିବାହ ବନ୍ଦ କରିବା ଓ ନିଶା ସେବନ ମୁକ୍ତ ସମେତ ଅବୈଧ ଚାଲାଣ ରୋକିବା ଦିଗରେ ସମସ୍ତେ ସଚେତନ ହୋଇ ସହଯୋଗ ଭରା କାର୍ଯ୍ୟ କଲେ ସମାଜ’ରୁ ଏହି କୁବ୍ୟାଧି ଗୁଡ଼ିକ’ର ମୂଳୋତ୍ପାଟନ ହୋଇପାରିବ ବୋଲି କହିଥିଲେ l