ଅନୁଷ୍ଠିତ ହେଲା ବିଦ୍ୟାଳୟମାନଙ୍କୁ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଫିରିଙ୍ଗିଆ ଠାରେ ଅନୁଷ୍ଠିତ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବିଦ୍ୟାଳୟମାନମାନଙ୍କର ଜମି ପଟ୍ଟା ବଣ୍ଟନ ବାଳକ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ଫିରିଙ୍ଗିଆ ଗୋଷ୍ଠି ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଳଙ୍କ ଅଧକ୍ଷୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ନମିତା କହଁର, ତହସିଲଦାର ପୁନମ ରାଉତ, ଅତିରିକ୍ତ ତହସିଲଦାର ତପନ ମଲ୍ଲିକ, ତହସିଲ ସୁପ୍ରଭାଇଜର ମଧୁସ୍ମିତା ନାଏକ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମନୋଜ କୁମାର ମିଶ୍ର, ହାଇସ୍କୁଲର ପ୍ରଧାନ ଶିକ୍ଷକ କୈଳାଶ ସିଂଙ୍କ ସହ ବ୍ଲକର ସମସ୍ତ ପଂଚାୟତର ସରପଞ୍ଚମାନେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ  ଫିରିଙ୍ଗିଆ ତହସିଲର ଅମିନ ପ୍ରଶାନ୍ତ କୁମାର ବେହେରା ଓ ଅଜୟ କୁମାର ବେହେରାଙ୍କ ସହ ପ୍ରତିଭା ମଞ୍ଜରୀ ବେହେରା, ଏନ ସ୍ଵର୍ଣମୟୀ ଓ ସମସ୍ତ ରାଜସ୍ବ ନିରୀକ୍ଷକ ଉପସ୍ଥିତ ରହି ପରିଚାଳନା କରିଥିଲେ l ତେବେ ଫିରିଙ୍ଗିଆ ତହସିଲଦାର ପୁନମ ରାଉତଙ୍କ ସହ ଅମିନ ପ୍ରଶାନ୍ତ ବେହେରା, ଡିଇଓ ଅଜୟ କୁମାର ବେହେରା ଓ ତହସିଲ କାର୍ଯ୍ୟଳୟର ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଗୋଷ୍ଠି ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଳଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ବ୍ଲକର ସ୍କୁଲମାନଙ୍କୁ ଏହି ସ୍ଥାୟୀ ଜମି ପଟ୍ଟା ମିଳିପାରିଥିବା ବେଳେ ପ୍ରଥମ ପର୍ଯ୍ୟୟରେ ସମୁଦାୟ ୧୦୭ ଟି ପ୍ରାଥମିକ ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଥିଲା l ଆଗାମୀ ଦିନରେ ଏହି ପଟ୍ଟା ବଣ୍ଟନ ଅଭିଯାନ ଜାରିରହିବ ଓ ବ୍ଲକର ସମସ୍ତ ସ୍କୁଲମାନଙ୍କୁ ପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର କହିଥିଲେ l ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ରାଜସ୍ବ ବିଭାଗ ଅଧିକାରୀ ଓ ଅତିଥିମାନଙ୍କ ଠାରୁ ସ୍କୁଲମାନଙ୍କର ଜମି ପଟ୍ଟା ଗ୍ରହଣ କରୁଥିଲେ l