ନିଖୋଜ କୁନି ଝିଅକୁ ଖୋଜି ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କଲେ ଯୁବ ସମାଜ ସେବୀ ସଞ୍ଜୟ ଦିଗାଳ……….

ଅନୁସନ୍ଧାନ ଭାରତ(ବ୍ୟୁର): ନିଜ ବାପାଙ୍କ ସାଙ୍ଗରେ ବଜାରକୁ ଆସି ହଜି ଯାଇଥିବା ଜଣେ ଚାରି ବର୍ଷର କୁନି ଝିଅକୁ ଖୋଜି ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରି ମାନବିକତା ଦେଖାଇଛନ୍ତି ଫିରିଙ୍ଗିଆର ଯୁବ ସମାଜ ସେବୀ ସଞ୍ଜୟ ଦିଗାଳ l ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ନୂଆପଦର ପଂଚାୟତ କାଲିପଙ୍ଗା ଗାଁର ବଳରାମ କହଁର ନାମକ ଜଣେ ବ୍ୟକ୍ତି କୌଣସି କାମରେ ନିଜର ଚାରି ବର୍ଷର ଝିଅକୁ ଧରି ଆଜି ସକାଳୁ ଫିରିଙ୍ଗିଆ ବଜାରକୁ ଆସିଥିଲେ l କାମ ସରିବା ପରେ ନିଜ ଝିଅକୁ ଏକ ଦୋକାନ ବାରଣ୍ଡାରେ ଛାଡି ଦେଇ ପରିସ୍ରା କରିବା ପାଇଁ ଦୋକାନ ଠୁ କିଛି ଦୁରକୁ ଯାଇଥିଲେ l ପରିସ୍ରା କରି ଫେରିଲା ପରେ ଦୋକାନ ବାରଣ୍ଡାରେ ଝିଅ ନଥିବା ଦେଖି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ପାଇନଥିଲେ l ପରେ ଅସହାୟ ହୋଇ ଝିଅର ବାପା ସମାଜ ସେବି ସଞ୍ଜୟ ଦିଗାଳଙ୍କ ପାଖକୁ ଯାଇଁ ସାହାଯ୍ୟ ମାଗିଥିଲେ l ପରେ ବହୁ ଖୋଜା ଖୋଜି କଲା ପରେ ଦୀର୍ଘ ୫ ଘଣ୍ଟା ପରେ ଫିରିଙ୍ଗିଆ ଫୁଲବାଣୀ ମୁଖ୍ୟ ରାସ୍ତା କଡରେ କୁନି ଝିଅଟି ଏକୁଟିଆ ବସି କାନ୍ଦୁଥିବା ଅବସ୍ଥାରେ ଝିଅଟିକୁ ଉଦ୍ଧାର କରି ନିଜ ବାପାଙ୍କୁ ଝିଅଟିକୁ ହସ୍ତାନ୍ତର କରିଥିଲେ l ଝିଅକୁ ସୁରକ୍ଷିତ ଅବସ୍ଥାରେ ପାଇ ବଳରାମ ସମାଜ ସେବି ସଞ୍ଜୟଙ୍କୁ ଧନ୍ୟବାଦ ଦେଇ ଛନ୍ତି l ଯୁବ ସମାଜସେବୀ ସଞ୍ଜୟଙ୍କ ଏଭଳି କାର୍ଯ୍ୟପାଇଁ ସାରା ଫିରିଙ୍ଗିଆ ଅଂଚଳରେ ମଧ୍ୟ ସାଧୁବାଦ ଜଣାଇ ଛନ୍ତି ଅଂଚଳର ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ l