ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ଠାରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଦ୍ୱାରା ଆଜି ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇ ଥିଲା I ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ୬୯ଟି ଅଭିଯୋଗ ହସ୍ତଗତ ହୋଇ ଥିଲା I ଦାରିଙ୍ଗବାଡିର ୨୫ଟି ପଞ୍ଚାୟତରୁ ୨୬ ସାମୁହିକ ଓ ୪୩ଟି ବ୍ୟକ୍ତିଗତ ସମୁଦାୟ ୬୯ଟି ଅଭିଯୋଗ ଶୁଣାଣି କରିଛନ୍ତି ଜିଲାପାଳ I ଜିଲାପାଳ ଏହି ସମୟରେ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସର ପୂନନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ସହ ଅନ୍ୟ କେତେକ ସମସ୍ୟାର ଜନ ଶୁଣାଣି କରିଥିଲେ I ଏହି ଶୁଣାଣିରେ ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ବାଲିଗୁଡ଼ା ଉପଖଣ୍ଡ ପୁଲିସ ଅଧିକାରୀ ଜି.ଆର ରାଘବେନ୍ଦ୍ର, ଡିଆରଡ଼ିଏ ପ୍ରକଳ୍ପ ନିର୍ଦେଶକ ବିଶ୍ୱ ରଞ୍ଜନ ନାୟକ ଓ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର, ତହସିଲଦାର ଚାରଲସ ନାୟକ, ଥାନା ଅଧିକାରୀ କୈସିକ ମାଝୀ, ସିଡିପିଓ ଅଞ୍ଜଳି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I