ଅନୁସନ୍ଧାନ ଭାରତ(ବ୍ୟୁର): ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ସହ ମୁଡି , ଚୁଡ଼ା , ଖଇ ପ୍ରବୃତ୍ତି ଜିନିଷ ଉପରେ ଜିଏସଟି ଲାଗୁ ବିରୋଧରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ରାୟଗଡ଼ା ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଏବଂ ବିଧାୟକ ପ୍ରାର୍ଥୀ ଆପଲା ସ୍ଵାମୀ କାଡାରାକାଙ୍କ ନେତୃତ୍ୱରେ ଏକ ପଦ ଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜେଲଭର ଆନ୍ଦୋଳନ କରାଯାଇଥିଲା l ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରାୟଗଡ଼ା ଏସଡିପିଓ ଦିବ୍ୟଜ୍ୟୋତି ଦାଶ ଏବଂ ରାୟଗଡ଼ା ଥାନା ଅଧିକାରୀ ଶ୍ରୀ ରସ୍ମି ରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ ପୁଲିସ କର୍ମଚାରୀମାନଙ୍କୁ ନେଇ ଆନ୍ଦୋଳନରେ ଆସିଥିବା ଶତାଧିକ କଂଗ୍ରେସ କର୍ମୀମାନଙ୍କୁ ଗିରଫ କରିଥିଲେ । ପରେ କୋରାପୁଟ ସାଂସଦଙ୍କ ବ୍ୟକ୍ତିଗତ ସଚିବ ଗୈାରି ଶଙ୍କର ପଟ୍ଟନାୟକ ( ବାପି )ଙ୍କ ବେଲ ବୋଣ୍ଡ ଜିମାରେରେ ଗିରଫ ହୋଇଥିବା ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଛାଡିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ବରିଷ୍ଠ କର୍ମୀ ଜଗନ୍ନାଥ ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆସଲମ ଖାନ, ଜିଲ୍ଲା ମହିଳା ସଭାନେତ୍ରୀ ନନ୍ଦି ଗୈାରୀ, ହରିହର ପଟ୍ଟନାୟକ, ତାରିଣୀ ସତପଥି, ସଦାନନ୍ଦ ନାୟକ, ଜି ପ୍ରସାଦ ଉପସ୍ଥିତ ଥିଲେ।