କୁଟ୍ରାଗଡ଼ ପଞ୍ଚାୟତ ହୁକୁମତୋଳା ପ୍ରାଥମିକ ସେବଶ୍ରମରେ ଟଙ୍କା ନେଉଥିବା ଭିଡିଓ ଭାଇରାଲ ଘଟଣା, ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ କରାଯିବା ପାଇଁ ଦାବୀ କଲେ ଅଂଚଳ ବାସୀ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁଟ୍ରାଗଡ଼ ପଞ୍ଚାୟତର ହୁକୁମତୋଳା ପ୍ରାଥମିକ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ଜଣେ ଅଭିଭାବକଙ୍କ ଠାରୁ ନାମ ଲେଖାଇବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଭାଇରଲ ହେବା ପରେ ଏବେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବଡ଼ ଦୁର୍ନୀତି ସାମନାକୁ ଆସିଛି l କୋଭିଡ ସମୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଥିବା ଚାଉଳ ଓ ଟଙ୍କା ହଡ଼ପ କରିଥିବା ନେଇ କିଛି ଅଭିଭାବକ ଏବେ ଅଭିଯୋଗ କରିଛନ୍ତି l ଅନ୍ୟପଟେ ଏହି ଭିଡିଓରେ ଟଙ୍କା ଦେଉଥିବା ବ୍ୟକ୍ତି ଜଣକଙ୍କ ପରିଚୟ ମିଳିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଉକ୍ତ ବ୍ୟକ୍ତିଙ୍କ ପାଖକୁ ଯାଇ ସିଧା ସଳଖ ଆଲୋଚନା କରିଥିଲେ l ଏହି ଆଲୋଚନା ପରେ ବ୍ୟକ୍ତି ଜଣକ ଚାରି ଜଣ ପିଲାଙ୍କୁ ନାମ ଲେଖା ବେଳେ ଟଙ୍କା ଦେଇଥିବା ସ୍ୱୀକାର କରିଥିଲେ l ତେବେ ଏହି ଭିଡିଓ ଦେଖିବା ପରେ ଏହି ଭିଡିଓରେ ସେ ନିଜେ ଟଙ୍କା ଦେଉଥିବା ସ୍ୱୀକାର କରିଥିବା ବେଳେ କିନ୍ତୁ ଏହି ଭିଡିଓ କେମିତି ଭାଇରଲ ହେଲା ସେ ଜାଣିନଥିବା ସହ ଆଶ୍ଚର୍ଯ୍ୟ ହୋଇଥିଲେ l ତେବେ ପ୍ରଧାନ ଶିକ୍ଷୟତ୍ରୀ ଜଣକ ନାମ ଲେଖାଇବାକୁ ଟଙ୍କା ଗ୍ରହଣ କରିଥିବା ସ୍ପଷ୍ଟ ହୋଇଯାଇଥିବା ବେଳେ ଏବେ ଦେଖିବାକୁ ବାକି ରହିଲା ତଦନ୍ତ କେଉଁ ବାଟରେ ଯାଉଛି l ଅନ୍ୟପଟେ ଆଗୁଳ ପଞ୍ଚାୟତ ବଡ଼ମୁଦ୍ରା ଗାଁର ଜଣେ ଅବିଭାବକ କୃଷ୍ଣ ଯାକେସିକା ତାଙ୍କ ପିଲାର ମଧ୍ଧ୍ୟାନ୍ନ ଭୋଜନ ଟଙ୍କା ଓ ଚାଉଳ ନେବାକୁ ତିନି ତିନି ଥର ଆସି ଫେରିବା ପରେ ଗତକାଲି ପୁଣି ଆସିଥିବା ବେଳେ ଆମ ପ୍ରତିନିଧିଙ୍କ ସହିତ ଦେଖା ହୋଇଥିଲା l ତାଙ୍କ କହିବା କଥା ପ୍ରଧାନ ଶିକ୍ଷୟତ୍ରୀ ବାରମ୍ବାର ଆକାଉଣ୍ଟ ଭୁଲ ଦର୍ଶାଇ ଫେରାଇଦେଉଥିବା ବେଳେ ଆକାଇଣ୍ଟ କିନ୍ତୁ ଠିକ ଥିବା ଜଣା ପଡିଛି l କୃଷ୍ଣ ଯାକେସିକା ତିନି ତିନି ଥର ଆକାଉଣ୍ଟ ଜେରକ୍ସ କରି ଦେଇଥିବା ପରେ ମଧ୍ୟ ଟଙ୍କା, ଚାଉଳ ଓ ତାଙ୍କ ଝିଅର ପୋଷାକ ମିଲିନ ଥିବା ଅଭିଯୋଗ କରିଛନ୍ତି l ଏହିପରି ଆଉ କିଛି  ପିସ୍କାପଙ୍ଗା ପଂଚାୟତର ଅଣଚୁଆଁ, ଗେଣ୍ଡାବାଜୁ ଗାଁର ଅନେକ ପିଲାଙ୍କ ମଧ୍ଧ୍ୟାନ୍ନ ଭୋଜନ  ଟଙ୍କା, ଚାଉଳ ଓ ପୋଷାକ ଦେଇ ନ ଥିବା କହିଛନ୍ତି l ଅନ୍ୟପଟେ ବିଦ୍ୟାଳୟରେ ଦିଆଯାଉଥିବା ଖାଦ୍ୟ ଅତି ଖରାପ ଥିବା ସତ୍ୱେ ପ୍ରଧାନ ଶିକ୍ଷକଙ୍କ ଦବଙ୍ଗ ବ୍ୟବହାର ଓ ତାଙ୍କ ସ୍ବାମୀଙ୍କ ଦାଦାଗିରି ପାଇଁ ସମସ୍ତେ ଭୟରେ ଚୁପ ରହୁ ଥିବା ଅଭିଯୋଗ କରିଛନ୍ତି ଅଂଚଳ ବାସୀ l ପିଲାମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ପୋଷାକ ଟଙ୍କାକୁ ମଧ୍ୟ ବାଟମାରଣା ହେଉ ଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ ଓ ଅବିଭାବକ l ଅତି ଖରାପ କ୍ବାଲିଟିର ପୋଷାକ କେତେକଙ୍କୁ ପ୍ରଦାନ କରାଯାଇ ଥିବା ଅବିଭାବକ ଛନ୍ତି l ବିଦ୍ୟାଳୟ ଡେଭେଲପ ମେଣ୍ଟ ଟଙ୍କା ଉଠାଣ, ଖର୍ଚ୍ଚ ଓ କେଉଁଠି କଣ ହୋଇଛି ତଦନ୍ତ କଲେ ଅନେକ କଥା ପଦାକୁ ଆସିବ ବୋଲି ଅବିଭାବକ ମତପ୍ରକାଶ କରିଛନ୍ତି l ତମେ ଏଜୁକେସନ ଡିପାର୍ଟମେଂଟର ସଭାପତି, ସ୍କୁଲର ଖାଦ୍ୟ, ପାନୀୟ, ପୋଷାକ ଆଦି ବିଷୟରେ ମୁଣ୍ଡ ଖେଳାଇବାର ଆବଶ୍ୟକ ନାହିଁ ବୋଲି କହୁଥିବା ସଭାପତି ମତ ପ୍ରକାଶ କରିଛନ୍ତି l ଏବେ ତାଙ୍କୁ ବିଦ୍ୟାଳୟ ଭିତରକୁ ଯିବାକୁ ଦିଆଯାଉନାହି ବୋଲି ସେବାଶ୍ରମର ସଭାପତି ପ୍ରତିକ୍ରିୟାରେ କହିଛନ୍ତି l ଏଣୁ ଶୀଘ୍ର ଏହାର ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ କରାଯାଇ ଦୋଷୀକୁ ବରଖାସ୍ତ କରାଯିବା ପାଇଁ ଅଂଚଳବାସୀ ଦାବୀ କରିଛନ୍ତି l