ତିନି ଟ୍ରାକ୍ଟର ହେଲା ଜବତ ପରେ ଛାଡିଲେ ଗୁଣପୁର ଅତିରିକ୍ତ ତହସିଲଦାର…..

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସହରସ୍ଥିତ ଆୟାପା ମନ୍ଦିର ସମ୍ମୁଖରେ ଆଜି ଅପରାହ୍ନରେ ୩ ଟି ଟ୍ରାକ୍ଟରକୁ ଜବତ କରି ଥିଲା ଗୁଣପୁର ପୁଲିସ l ଅତିରିକ୍ତ ତହସିଲଦାର କପିଳେଶ୍ଵର ତାଣ୍ଡି ଏହି ତିନୋଟି ଟ୍ରାକ୍ଟର ଜବତକରି ଥାନାକୁ ନେଇଥିଲେ l ପରବର୍ତ୍ତୀ ସମୟରେ ଟ୍ରାକ୍ଟର ଗୁଡିକୁ ଛାଡି ଦେଇଥିଲେ l ଏ ସମ୍ପର୍କରେ ବୁଝିବା ପାଇଁ ଶ୍ରୀ ତାଣ୍ଡିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନି l ଅତିରିକ୍ତ ତହସିଲଦାର ଶ୍ରୀ ତାଣ୍ଡି ଯେବେବି ଟ୍ରାକ୍ଟର ଗୁଡିକୁ ଜବତ କରନ୍ତି ସେହି ସମୟରେ ତାଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ ସମ୍ଭବ ହୁଏନି l ଟ୍ରାକ୍ଟର ଗୁଡିକୁ ଜବତ କରିବାର ଅଳ୍ପ ସମୟ ପରେ ସେଗୁଡ଼ିକୁ ଛାଡି ଦିଆଯାଏ l ତାହା ହେଲେ କାହିଁକି ଟ୍ରାକ୍ଟର ଜବତ କରି ଥାନାକୁ ନିଆ ଯାଉଛି ?? ଯାହାକି ଏବେ ପଯ୍ୟନ୍ତ ରହସ୍ୟ ଘେରରେ ରହିଛି l ପ୍ରଶାସନ୍ରର ଏହି କାର୍ଯକଲାପ ଏବେ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି l