ଦରଦାମ ଓ ବେକାରୀ ସମସ୍ୟାର ବୃଦ୍ଧି ପ୍ରତିବାଦରେ ଗର୍ଜିଲା କନ୍ଧମାଳ ଜିଲ୍ଲା କଂଗ୍ରେସ…..

ଅନୁସନ୍ଧାନ ଭାରତ(ବ୍ୟୁର): ନିତ୍ୟ ବ୍ୟବହୃତ ଖାଦ୍ୟଦ୍ରବ୍ୟ ମୁଡି, ଗୁଡ, ଖଇ ଇତ୍ୟାଦିରେ ଜିଏସଟି ଲାଗୁ,ଅହେତୁକ ଦରଦାମ ବୃଦ୍ଧି,ବେକାରୀ ସମସ୍ୟା ଆଦି ବୃଦ୍ଧି ପ୍ରତିବାଦରେ ଭାରତୀୟ ଜାତିୟ କଂଗ୍ରେସର ଡାକରାରେ ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ତରଫରୁ କନ୍ଧମାଳ ଜିଲ୍ଲାପାଳ ଅଫିସ ଘେରାଓ କରାଯାଇଥିଲା l କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ କୁମାର ନାୟକଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମୀ ପ୍ରଥମେ ମାଡିକୁନ୍ଦା ଛକ ଠାରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ ଅର୍ପଣ କରିବା ସହ ଏକ ବିଶାଳ ସଭା ଯାତ୍ରାରେ ଆସି ଜିଲ୍ଲାପାଳ ଅଫିସ ଘେରାଓ କରିଵା ସହ ବିଜେପି ସରକାର ବିରୁଦ୍ଧରେ ନାରବାଜୀ କରିଥିଲେ l ଦରଦାମ କମ ନ କରାଗଲେ ଏହି ଆନ୍ଦାଳନ ଜାରି ରହିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାସଭାପତି ସମତେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହ୍ନର, ମହିଳା କଂଗ୍ରେସ ସଭାପତି ରୁଦା ମଲ୍ଲିକ, ସୋସିଆଲ ମେଡ଼ିଆ ସଭାପତି ନନ୍ଦ କିଶୋର ଦାଶ, ପିସିସି ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର, ପିସିସି ସମ୍ପାଦକ ଚନ୍ଦ୍ରଶେଖର ପରିଡା, ହେମନ୍ତ କର, ଦୀପିକା ମାଝୀ, ଅମୀର ଚାନ୍ଦ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ସନ୍ତୋଷ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ଦାଶ, ଦୁର୍ଯ୍ୟୋଧନ ପଟ୍ଟନାୟକ, ରଜତ ମହାନ୍ତି, ବଳଦେବ ବେହେରା, ଗୌର ଚରଣ ବେହେରା, ସଂସାର ଭୋଇ, ପିତାମ୍ବର ସାହୁ, ମାମି ନାୟକ, ଏ.ଅlଇ.ସି.ସି ମେମ୍ବର ତଥା କଂଗ୍ରେସ ନେତା ଘନ କୁମାର ଶବର ପ୍ରମୁଖ ଉପସ୍ଥିତ ଥିଲେ l