ନଦୀ ମଝିରେ ୬ ଘଣ୍ଟା ଧରି ଫସିଲେ ମା ଓ ତିନି ବର୍ଷ ଶିଶୁ ପୁତ୍ର…….

ଅନୁସନ୍ଧାନ ଭାରତ(ବ୍ୟୁର): ନଦୀ ମଝିରେ ଛ ଘଣ୍ଟା ଧରି ଫସି ରହିଲେ ମା ଶିଶୁପୁତ୍ର l ଏଭଳି ଛାତିଥରା ଘଟଣା ରାୟଗଡ଼ା ଜିଲ୍ଲା ସଦର ବ୍ଳକର କୁମ୍ବିକୋଟା ପଞ୍ଚାୟତ ପୁଞ୍ଜାପାଇ ଗ୍ରାମରେ ଘଟିଛି l ଏହି ଗ୍ରାମର ନନ୍ଦିନୀ କାଡ୍ରାକା ଓ ତାଙ୍କର ୩ବର୍ଷର ଶିଶୁପୁତ୍ର ଧରି ଗତକାଲି ମଧ୍ୟାହ୍ନ ସମୟରେ ନଦୀ ଆରପଟ ଜଙ୍ଗଲକୁ ଯାଇଥିଲେ l ସେଠାରୁ ଫେରିବା ବେଳକୁ ହଠାତ ଉପର ମୁଣ୍ଡରୁ ଜଳସ୍ତର ବଢ଼ିଯାଇଥିଲା l ଏତିକି ବେଳେ ନଦୀ ମଝିରେ ଉଭୟ ମା ଶିଶୁପୁତ୍ର ନଦୀ ପାରି ହେଉଥିଲେ l ଶେଷରେ ନଦୀ ପାଣି ଉଭୟଙ୍କୁ ଭସେଇ ନେଇଯାଉଥିଲା l ସୌଭାଗ୍ୟବଶତଃ ନଦୀ ମଝିରେ ଥିବା ଏକ ବୁଦାକୁ ଧରି ଚିତ୍କାର କରିଥିଲେ ମହିଳା ଜଣକ l ଚିତ୍କାର ଶୁଣି ଗ୍ରାମର କିଛି ଯୁବକ ଦୌଡ଼ି ଆସିଥିଲେ। ମା ଓ ଶିଶୁପୁତ୍ର ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରାୟ ୬ ଘଣ୍ଟା ଧରି ଉଦ୍ୟମ କରି ଥିଲେ l ତେବେ ନଦୀ ମଝିରେ ଫସି ଥିବା ମା ଓ ଶିଶୁକୁ ଉଦ୍ଧାର କରି ୨ଟି ଜୀବନ ବଞ୍ଚାଇଛନ୍ତି ସ୍ଥାନୀୟ ଯୁବକ l ତାହା ସଙ୍ଗେ ଦୁଇ ଗାଈକୁ ଉଧାର କରିଥିବା ମଧ୍ୟ ସୂଚନା ମିଳିଛି l ଉଦ୍ଧାର କରିଥିବା ଯୁବକମାନେ ଭଗବାନ ରୂପରେ ଆସି ଆମକୁ ଉଦ୍ଧାର କରିଛନ୍ତି ବୋଲି ନନ୍ଦିନୀ କାଡ୍ରାକା କହିଛନ୍ତି l ଯୁବକମାନଙ୍କ ଏଭଳି ସାହାସିକତା ଯୋଗୁଁ ଦୁଇଟି ଜୀବନ ମୃତ୍ୟୁ ମୁଖରୁ ଉଦ୍ଧାର ହୋଇଛନ୍ତି ବୋଲି ଚର୍ଚ୍ଚା ଓ ପ୍ରଶଂସା ଦେଖିବାକୁ ମିଳିଛି l