ରାୟଗଡ଼ା ବ୍ଲକ କେରେଡ଼ା ଗ୍ରାମ ପଞ୍ଚାୟତର ସେଶଖାଲ ସିଆରପିଅଫ କ୍ୟାମ୍ପ ତରଫରୁ ହର ଘର ଘର ତ୍ରିରଙ୍ଗା ପତାକା ସଚେତନତା କାର୍ଯକ୍ରମ ଆୟୋଜନ…….
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ବ୍ଲକର କେରେଡ଼ା ଗ୍ରାମ ପଞ୍ଚାୟତର ସେଶଖାଲ ସିଆରପିଅଫ କ୍ୟାମ୍ପ ତରଫରୁ ହର ଘର ଘର ତ୍ରିରଙ୍ଗା ପତାକା ଉଡାଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା l
ସ୍ବାଧିନତାର ୭୫ବର୍ଷ ପୂରଣ ଉପଲକ୍ଷେ, ଆଜାଦି କି ଅମୃତ ଉସ୍ତବ କେରେଡା ଗ୍ରାମର ସରକାରୀ ଉଚ ବିଦ୍ୟଳୟରେ ଏହି କାର୍ଯ୍ୟକ୍ରମରେ ସିଆରପିଅଫ ୦୪ ବାଟାଲିୟନର, ସିଆରପିଏଫ ଇନ୍ସପେକ୍ଟର ଶ୍ରୀ ଦେବବ୍ରତ, ସବ୍ ଇନସପେକ୍ଟର ଜେନା ବାବୁ, ରାମ ସିଂହ, ଲାଲ ବାବୁ ଓ ୨୦ ରୁ ୨୫ ଜଣ ଜବାନମାନେ ଜାତୀୟ ପତାକା ଧରି ବିଦ୍ୟାଳୟର ଛାତ୍ର ଓ ଛାତ୍ରୀମାନଙ୍କୁ ସଚେତନତା କରାଇଥିଲେ l କେରେଡ଼ା ଗ୍ରାମର ସାହି ସାହି ଘର ଘର ବୁଲି ସମସ୍ତ ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ ଓ ଜାତୀୟ ପତକା ବଣ୍ଟନ କରିଥିଲେ l