ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପାଞ୍ଚୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ଡିଗଲାଙ୍କ ମନମୁଖୀ କାର୍ଯ୍ୟକଳାପ ଓ ପଞ୍ଚାୟତରେ ଅନୁପସ୍ଥିତି ରହୁଥିବାରୁ ଫିରିଙ୍ଗିଆର ଜନସାଧାରଣ ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷବ ପ୍ରଦର୍ଶନ କରିବା ସହ ସମ୍ପୃକ୍ତ ପିଇଓଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କ ଉଦ୍ଧେଶ୍ୟରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁରଙ୍କୁ ଏକ ଦାବିପତ୍ର ଦେଇଛନ୍ତି l ଜନସାଧାରଣଙ୍କ ଅଭିଯୋଗ ପ୍ରକାରେ ସମୃକ୍ତ ପିଇଓ ଜଣକ ପଂଚାୟତ ରେ ଅନୁପସ୍ଥିତି ରହୁଥିବାରୁ ପଞ୍ଚାୟତ ସ୍ତରରେ ହେଉଥୁବା ଗୁଡିକରେ ବାଧା ସୃଷ୍ଟି ହେଉଛି l ଅନ୍ୟପଟେ ପଞ୍ଚାୟତ କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ଆସୁଥିବା ସାଧାରଣ ଲୋକଙ୍କୁ ପିଇଓଙ୍କ ଅନୁପସ୍ଥିତି ଯୋଗୁଁ ନାହିନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ଅନ୍ୟପଟେ ସମ୍ପୃକ୍ତ ପିଇଓ ଜଣକ ଦୀର୍ଘ ଦିନ ଧରି ଏହି ପଞ୍ଚାୟତରେ କାର୍ଯ୍ୟରତ ଥିବା ବେଳେ ଆବାସ ଯୋଜନା, ଆଦର୍ଶ ଛେଳି ଗୁହାଳ, ଗାଈ ଗୁହାଳ, ଚାଷ ଉପଯୋଗୀ କୁଅ ଭଳି ବିଭନ୍ନ ଯୋଜନାରେ ଚଞ୍ଚକତା କରି ଆସୁଥିବା ବେଳେ ପିଇଓଙ୍କ ମନମୂଖି କାର୍ଯ୍ୟକଳାପ ପାଇଁ ପ୍ରକୃତ ହିତାଧିକାରୀ ଏହି ସବୁ ଯୋଜନାରୁ ବାଦ ପଡ଼ୁଥୁବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଆନ୍ଦୋଳନ କାରି l ତେବେ ଏହି ଆନ୍ଦୋଳନରେ ନିଜେପି ନେତା ସଞ୍ଜୟ କୁମାର ଡିଗାଲଙ୍କ ନେତୃତ୍ୱରେ ସମାଜସେବୀ ଦିବ୍ୟରଞ୍ଜନ କହଁର, ପୂର୍ବତନ ନାଏବ ସରପଞ୍ଚ ମିଟୁ ନାଏକ, ବାବୁଲା ଡିଗାଲ, ଅଶ୍ୱିନୀ ମୂଖି, ଶୁଦ୍ର କହଁରଙ୍କ ସହ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ l ଆଗାମୀ ଦିନରେ ସମ୍ପୃକ୍ତ ପିଇଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକେଲେ ଅଂଚଳ ବାସି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l