ଫିରିଙ୍ଗିଆ ଥାନାରେ ଗୃହରକ୍ଷୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ବରିଷ୍ଠ ଗୃହ ରକ୍ଷୀ ସୁକୃ ନାଏକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ଙ୍କ ଅଧକ୍ଷତରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଥାନା ଅଧିକାରୀ ଏସଆଇ ବିକାଶ କୁମାର ଜାଳି, ବରିଷ୍ଠ ପୁଲିସ ଅଧିକାରୀ ପ୍ରଦିପ କୁମାର ରାଉଳ, ଏଏସଆଇ ପ୍ରଧାନଙ୍କ ସହ ଥାନାରେ ଅନ୍ୟାନ୍ୟ କର୍ମଚାରୀ ଓ ଗୃହରକ୍ଷୀ ସତ୍ୟ ସାହୁ, ପ୍ରଭାକର କର୍ଣ୍ଣ, ସରୋଜ ମାଝୀଙ୍କ ସହ ସମସ୍ତ ଗୃହରକ୍ଷୀ ଉପସ୍ଥିତ ଥିଲେ l ତେବେ ଅବସର ଗ୍ରହଣ କରିଥିବା ଗୃହରକ୍ଷୀ ଫିରିଙ୍ଗିଆ ଥାନାରେ ଦୀର୍ଘ 35 ବର୍ଷ ଧରି ନିରବଛିନ୍ନ ଭାବରେ କାର୍ଯ୍ୟ କରିଥିବା ବେଳେ ସେ ଜଣେ ପରିପକାରୀ ସରଳ ମଣିଷ ହୋଇ ଥିବାରୁ ସାରା ଫିରିଙ୍ଗିଆ ଅଂଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ l ଅନ୍ୟ ପଟେ ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ସେ ତାଙ୍କ ବିଭାଗରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ l ଅବସର କାଳୀନ ସମ୍ବର୍ଦ୍ଧନା ଦେବା ସମୟରେ ଥାନା ପରିସରରେ ଏକ ଭାବ ବିହୋଲ ପରିବେଶ ସୃଷ୍ଟି ହୋଇଥିବା ବେଳେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ସମସ୍ତ ଅଧିକାରୀ କର୍ମଚାରୀ ଓ ଥାନାଧିକାରୀଙ୍କ କଥା ସବୁଦିନ ପାଇଁ ମନେ ରହିବ ବୋଲି ତାଙ୍କ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ l ଅନ୍ୟା ପଟେ ସୁକୃ ଜଣେ ଅମାୟିକ ବ୍ୟକ୍ତିତ୍ୱ ବୋଲି ଥାନା ଅଧିକାରୀ ଶ୍ରୀ ରାଓ ସମ୍ବୋଧନ କରିଥିଲେ l