ଅନୁସନ୍ଧାନ ଭାରତ(ବ୍ୟୁର): ଯୁକ୍ତ ୨ ଗାୟତ୍ରୀ ବିଜ୍ଞାନ ମାଧ୍ୟମିକ ଉଚ୍ଚବିଦ୍ୟାଳୟ ଫଳାଫଳ ପ୍ରକାଶ ପାଇଛି l ସ୍ଥାନୀୟ ଗୁଣପୁରର ଗାୟତ୍ରୀ ବିଜ୍ଞାନ ମାଧ୍ୟମିକ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବାଜିମାତ କରିଛନ୍ତି l ଅନୁଷ୍ଠାନରୁ ମୋଟ ୩୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୭ ଜଣ ପ୍ରଥମ ସ୍ଥାନ ଓ ୦୬ ଜଣ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି l
ସେଥିମଧ୍ୟରୁ ଜିଲ୍ଲା ଅନୁଷ୍ଠାନ ପକ୍ଷରୁ ସର୍ବାଧିକ ୨୭ ଜଣ ୭୦ ପ୍ରତିଶତ ନମ୍ବର ରଖିଛନ୍ତି l ୨୭ ଜଣ ଛାତ୍ର ଛାତ୍ରୀ ୪୫୦ରୁ ଅଧିକ ନମ୍ବର ରଖି ଅନୁଷ୍ଠାନର ଟେକ ବଜାୟ ରଖିଛନ୍ତି l ଅନୁଷ୍ଠାନର ସିତନ ଖାର୍ଜୀ ୪୯୨ ନମ୍ବର ରଖି ଅନୁଷ୍ଠାନର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସଫଳତାର ଶ୍ରେୟ ସିମାଞ୍ଚଳ କର( ଅଧକ୍ଷ) ଦିବ୍ୟ ଦେଶିଷ ଦୁବେ ଏକାଡେମୀକ୍ ଇନ୍ଞ୍ଚାର୍ଜଙ୍କ ପାଇଁ ବୋଲି କହିଛନ୍ତି l ଅନୁଷ୍ଠାନର ପରିଚାଳନା କମିଟି ଏହି ସଫଳତାର ଶ୍ରେୟ ସବୁ ଛାତ୍ରଛାତ୍ରୀ, ଅବିଭାବକ ଓ ଷ୍ଟାଫମାନଙ୍କ ପାଇଁ ବୋଲି କହିଛନ୍ତି l ଏହି ସମଗ୍ର ଟିମର ଅକ୍ଲାନ୍ତ ପରିଶ୍ରମର ଫଳ ବୋଲି ସାଧାରଣରେ ମତ ପ୍ରକାଶ କରିଛନ୍ତି l