ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ଜିଲ୍ଲା ସ୍ତରୀୟ କୂଳ ସମାଜର ନେତାଙ୍କୁ ନେଇ ବୈଠକ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ  ଅଧ୍ୟକ୍ଷତାରେ କୂଳ ସମାଜର ସଭାପତି ଓ ସମ୍ପାଦକମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ  ବୈଠକ  ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଜିଲ୍ଲାରେ ଥିବା ୨୧ଟି କୂଳ ସମାଜ ୩ଟି ସମ୍ପ୍ରଦାୟରୁ  ୪୮ ଜଣ ସଭାପତି ଓ ସମ୍ପାଦକ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ଲିଙ୍ଗରାଜ ପଣ୍ଡା, ଜିଲ୍ଲାପାଳ ବାଲ୍ୟ ବିବାହକୁ ଜିଲ୍ଲାରୁ ୨୦୨୨ ଶେଷ ସୁଦ୍ଧା ତୃଣମୂଳ ସ୍ତରରୁ ରୋକିବା ନେଇ ଆଲୋଚନା କରିଥିଲା l କୂଳ ସମାଜର ନେତା ବାଲ୍ୟ ବିବାହକୁ ରୋକିବା ଦିଗରେ ଏକ ବଡ ଦାୟିତ୍ଵ ରହିଛି ଓ ନିଜ କୂଳ ସମାଜରେ ବାଲ୍ୟ ବିବାହକୁ ନକରିବା ପାଇଁ ଉଦ୍ୟମ ଜାରି ରଖିବା ପାଇଁ ଅନୁରୋଧ କରି ଥିଲେ l ତତ୍ ସହିତ ସଚେତନତା କରି ଜଣାଇବା ଓ ସଂକଳ୍ପ ପତ୍ର ପ୍ରଶାସନକୁ ପ୍ରଦାନ କରିବା ନିମନ୍ତେ ଜଣାଇଥିଲେ l ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଅବସରରେ ଏକ ଦସ୍ତଖତ ଅଭିଯାନ କରିବା ପାଇଁ ପରାମର୍ଶ ଦେଇଥିଲେ l ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଆମର ସମସ୍ତଙ୍କ ଲକ୍ଷ୍ୟ ଓ ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ଏହାକୁ ସଫଳ କରିବା ବୋଲି ସୂଚେଇ ଥିଲେ l ଶ୍ରୀ ଯୁକ୍ତ ବାମଦେବସିଂହ, ଅତିରିକ୍ତ ପୁଲିସ ଅଧିକ୍ଷକ ବାଲ୍ୟ ବିବାହ ସୂଚନା ପ୍ରଦାନ ନିମନ୍ତେ ୧୧୨ ନମ୍ବରକୁ କଲ୍ କରି ଜଣାଇବା ସହ ସମସ୍ତ ସହୋଯାଗ କରାଯିବ ଓ ସୁରକ୍ଷାର ବ୍ୟବସ୍ଥା ମଧ୍ୟ ଦିଅଯିବ ବୋଲି ଅବଗତ କରି ଥିଲେ l ଏହା ସହ ସମାଜରୁ ବାଲ୍ୟ ବିବାହ ପ୍ରଥାକୁ ଦୁରେଇବାକୁ ହେଲେ ସମସ୍ତଙ୍କର ପ୍ରୟାସ ଓ ବାଲ୍ୟ ବିବହକୁ ନା କହିବାର ଆବଶ୍ୟକତା ରହିଛି ବୋଲି କହିଥିଲେ l ଶ୍ରୀଯୁକ୍ତ ଫାଲଗୁନି ମାଝୀ ପ୍ରକଳ୍ପ ପ୍ରକାଶକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଗ୍ରାମ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏକ ସାମୁହିକ ସଚେତନତା ଓ ମାନସିକ ଚିନ୍ତାଧାରାରେ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି ବୋଲି  କହି ଥିଲେ l ଶ୍ରୀମତୀ ଅଳକା ସାହୁ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ବାଲ୍ୟ ବିବାହକୁ ଅବମାନନା କରୁ ଥିବା ଲୋକୋଙ୍କ ବିରୁଦ୍ଧ ରେ ମକଦ୍ଦମା କରି ଦଣ୍ଡ ଦେବାର ଆବଶ୍ୟକତା ରହିଛି ଓ କୂଳ ସମାଜ ମଧ୍ୟ ବାଲ୍ୟ ବିବାହ ରୋକିବା ନିମନ୍ତେ ନିଜ  କୂଳରେ କଠୋର ନିୟମ ଆଣିବାର  ଆବଶ୍ୟକତା ରହିଛି ବୋଲି  କହିଥିଲେ l  ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମନ୍ନିତ ଶିଶୁ ସୁରକ୍ଷା ଯୋଜନାରେ ଥିବା ସୁବିଧା ବିଷୟରେ ଅବଗତ କରେଇ ଥିଲେ l ଶ୍ରୀ ବିକାଶ କୁମାର ମେହେର ଆକ୍ସନଆଡ୍ଡର ଜିଲ୍ଲା ସଂଯୋଜକ ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ବାଲ୍ୟବିବାହ କାହାକୁ କହିବା, ବାଲ୍ୟବିବାହର ପ୍ରମୁଖ କାରଣ, ବାଲ୍ୟବିବାହର କୁ ପ୍ରଭାବ ଓ ଦଣ୍ଡ ବିଧାନ ବିଷୟରେ ଅବଗତ କରାଇବା ସହ ସଭା ପରିଚାଳନା କରିଥିଲେ l ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ କେନ୍ଦ୍ର ପ୍ରଶାସିକା ସକ୍ଷୀ ଦ୍ଵାରା ଦିଆଯାଉଥିବା ସେବା ଉପରେ ଅବଗତ କରାଇ ଥିଲେ l ଚାଏଲଡଲାଇନର   ଜିଲ୍ଲା ସଂଯୋଜକ ନାରେଶ୍ୱର ଚୌଧୁରୀ ଚାଏଲଡଲାଇନର ସେବା ସମ୍ପର୍କରେ ଅବଗତ କରିଥିଲେ l ଶେଷରେ  ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲା l ସଭାରେ ଜିଲ୍ଲାପାଳଙ୍କ ଓଏସଡି, ସମନ୍ଵିତ ଶିଶୁ ବିକାଶ ଯୋଜନାର ସମସ୍ତ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଓ କର୍ମକର୍ତ୍ତା ଏବଂ ଆକ୍ସନଆଡ୍ଡର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l