ଫୁଲବାଣୀ ପ୍ରେସ କ୍ଲବ ଓ ଫୁଲବାଣୀ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ପକ୍ଷରୁ ରବିବାର ଵୃଦ୍ଧାଶ୍ରମ ରାସ୍ତାରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା l ଏହି ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ କ୍ଲୁବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ଫିଲିମୋନ ନାୟକ, ସୁବାସ ପ୍ରଧାନ, ଅଜିତ ମହାରଣା, ସନ୍ତୋଷ ଦିଗଲ, ସମ୍ପାଦକ ପ୍ରଶାନ୍ତ ବେହେରା, ଉପସଭାପତି ସତ୍ୟ ନାରାୟଣ ବେହେରା, ସୁନିଲ ବିଶ୍ୱାଳ, ସହ-ସଂପାଦକ ରମେଶ ପ୍ରଧାନ, ମିଡ଼ିଆ ଫୋରମର ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ଆଦିତ୍ୟ ତ୍ରିପାଠି, ଭି ଭି ଶଙ୍କର, ବିମଳ ବେହେରା, ବୈଦ୍ୟ ବେହେରା, ବୈଦ୍ୟ ନାୟକ, ଶିବ ନାୟକ, ରାଧା ମୋହନ ମହାପାତ୍ର, ଅଶୋକ ମହାନ୍ତି, ନାରାୟଣ ସାହୁ, ବିଜୟ ମହାନ୍ତି, ଶିବାନନ୍ଦ ପଟନାୟକ, ଜୟସେନ ପରିଡ଼ା, ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ନେଇ ସଚେତନ କରିଥିଲେ l ସେହି ପରି ବନ ବିଭାଗ କର୍ମଚାରୀ ପ୍ରେମାନନ୍ଦ ସାହୁ ଯୋଗ ଦେଇ ଜଙ୍ଗଲରେ ନିଆଁ ନଲଗାଇ ବନ୍ୟଜନ୍ତୁର ସୁରକ୍ଷା କରିବା ନେଇ ସଚେତନ କରିଥିଲେ l ଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇ ରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣରୂ ରକ୍ଷା ପାଇବେ ବୋଲି ମଧ୍ୟ କହିଥିଲେ l ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ସଭାପତି ସୁନୀଲ ପଟନାୟକ କହିଥିଲେ l