ଦଶ କେଜି ପାଞ୍ଚଶହ ଗ୍ରାମର ଗଞ୍ଜେଇ ଜବତ, ଜଣେ ଗିରଫ…….

ଅନୁସନ୍ଧାନ ଭାରତ(ବ୍ୟୁର):  କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରୁ ଦଶ କେଜି ପାଞ୍ଚଶହ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କଟାମା ପଞ୍ଚାତ ର ରଙ୍ଗାଗୁଡ଼ା ଗ୍ରାମର ମନୋଜ ମାଝି l କୌଣସି ସୂତ୍ରରୁ ଖବର ପାଇଁ ବ୍ରାହ୍ମଣୀଗାଁ ଥାନାର ଏସଆଇ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ ଉପନିରୀକ୍ଷକ ଅମରେନ୍ଦ୍ର ସୁବୁଦ୍ଧିଙ୍କ ସମେତ ପୁଲିସ ବାହିନୀ ଚଢ଼ାଉ କରି ଉକ୍ତ ଗଞ୍ଜେଇ ଚାଲାଣ କାରୀଙ୍କୁ କାବୁ କରି ଗଞ୍ଜେଇ ଜବତ କରିଥିଲେ l ଅତିରିକ୍ତ ତହସିଲଦାର ଭାବେଷ ମାଝୀଙ୍କ ଉପସ୍ଥିତରେ ଦଶ କେଜି ପାଞ୍ଚଶହ ଗ୍ରାମର ଗଞ୍ଜେଇ ଜବତ କରିବା ସହ ନଂ୬୭/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ କୋର୍ଟ ଚାଲାଣ କରାଯାଇଥିବା ନେଇ ଏସଆଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି l