ସଂଖ୍ୟାଲଘୁଙ୍କୁ ସରକାରଙ୍କ ଅଣଦେଖା ଅଭିଯୋଗ, କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବ ସଂଗଠନ……..

ଅନୁସନ୍ଧାନ ଭାରତ(ବ୍ୟୁର): ସଂଖ୍ୟାଲଘୁଙ୍କୁ ସରକାରଙ୍କ ଅଣଦେଖା ଅଭିଯୋଗ l ଏହାକୁ ନେଇ ସଂଖ୍ୟାଲଘୁ ସଂଗଠନ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ପାଇଁ ନିସ୍ପତି l ସରକାରଙ୍କ ସୁବିଧା ସଂଖ୍ୟାଲଘୁ ଛାତ୍ରଛାତ୍ରୀ ପାଇପାରୁ ନାହିଁନ୍ତି l ହଷ୍ଟେଲ ସୁବିଧା ହେଉ କି ଷ୍ଟାଇପେନ, ସରକାର ଯୋଗାଉ ଥିବା ବିଜୁପକାଘର, ପ୍ରଧାନମନ୍ତ୍ରୀ ଆବାସ ଘର ମଧ୍ୟ ପାଇବାରୁ ବଂଚିତ ସଂଖ୍ୟାଲଘୁ ପରିବାର ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି l ସଂଖ୍ୟାଲଘୁଙ୍କ ବିଭିନ୍ନ ଦାବୀ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ କନ୍ଧମାଳ ନ୍ୟାୟ ଶାନ୍ତି ସଦଭାବନା ସମାଜ ପକ୍ଷରୁ କନ୍ଧମାଳ ଜିଲ୍ଲାର ବାରଗୋଟି ବ୍ଲକରେ କମିଟି ଗଠନ କରାଯାଉ ଥିବା ସୁଚନା ଦେଇଛି ସଂଗଠନ l କୋଟଗଡ଼ ବ୍ଲକ ଓ ତୁମୁଡ଼ିବନ୍ଧ ବ୍ଲକରେ କମିଟି ଗଠନ ସରିବା ପରେ ବାଲିଗୁଡ଼ାରେ ମଧ୍ୟ ବୈଠକ ଅନୁଷ୍ଠିତ କରାଯାଇଛି l ଉକ୍ତ ବୈଠକରେ ବାଲିଗୁଡ଼ା ବ୍ଲୋକ ପ୍ରତ୍ୟକ ଗ୍ରାମ ପଞ୍ଚାୟତର ସଂଖ୍ୟାଲଘୁ କର୍ମକର୍ତ୍ତା ଯୋଗଦେଇ ଥିଲେ l ଏହି ବୈଠକରେ ଜିଲ୍ଲା ସଭାପତି ଶ୍ରୀ ପ୍ରଶନ୍ନ ବିଷୟୀ କହିଛନ୍ତି ଯେ ଆସନ୍ତା ତା ୨୭/୦୮/୨୦୨୨ ରିଖ ଦିନ ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦିଆଯିବ l ଏହି ଅବସରରେ ବାଲିଗୁଡ଼ା ବ୍ଲକ କମିଟିର ସଦସ୍ୟ ଭାବେ ସଭାପତି ଶ୍ରୀ ଭୀମରାଜ ଦିଗାଳ, ଉପ-ସଭାପତି ଶ୍ରୀ ସୁକାନ୍ତ କୁମାର ନାୟକ, ସମ୍ପାଦକ ପ୍ରଶାନ୍ତ ଦିଗାଳ,ସହ- ସମ୍ପାଦକ ନରେଶ ଦିଗାଳ, କଷାଦକ୍ଷ ଶ୍ରୀ ପ୍ରତାପ କିଶୋର ଦିଗାଳଙ୍କୁ ସର୍ବସମୁଖରେ ମନନୀତ କରାଯାଇ ଥିବା ଘୋଷଣା କରାଯାଇଛି l ସଭାରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ କନ୍ଧମାଳ ଜିଲ୍ଲା ଉପ-ସଭାପତି ଶ୍ରୀ ସୁଶାନ୍ତ ମଣ୍ଡଳ ଧନ୍ୟବାଦ ଜଣାଇ ସଭା ସମାପ୍ତ କରିଥିଲେ l