ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ରାଣୀପେଣ୍ଟ ନିକଟସ୍ଥ ଗଜପତି ନର୍ସିଂ କଲେଜରେ ଅଖିଲା ବେହେରାର ନାମକ ପ୍ରଥମ ବର୍ଷର ଛାତ୍ରୀଙ୍କ ମୃତ ଦେହ କ୍ଳାସ ରୁମରୁ ଝୁଲନ୍ତା ଅବସ୍ଥାରେ ଉଧାର ହେବା ପରେ ହତ୍ୟା ଅଭିଯୋଗ ଆଣିଲେ ମୃତ୍ୟୁ ଛାତ୍ରୀର ବାପା ଗଣେଶ ବେହେରା l ଛାତ୍ରୀଙ୍କୁ କଲେଜରେ ନିର୍ଯାତନା ଦିଆଉଥିବା କହିଛନ୍ତି ସହପାଠୀ l ଖବର ପାଇ ପୁଲିସ ସାଇଣ୍ଟଭିକ୍ ଟିମ ସହ ଘଟଣା ସ୍ଥାଳରେ ପହଂଚି ତଦନ୍ତ କରିଛି । ସୂଚନ ଅନୁଯାଇ ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀ କାଳୀପୋଲି ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ବନ୍ଦର ଗ୍ରାମର ଗଣେଶ୍ୱର ବେହେରାଙ୍କ ଝିଅ ଅଖିଲା ବେହେରା ପ୍ରଥମ ବର୍ଷର ଛାତ୍ରୀ l ତାଙ୍କ ମୃତ୍ୟୁ କୁ ନେଇ ହତ୍ୟା କରାଯାଇ ଥିବା ସନ୍ଧେହ କରିଛନ୍ତି ପରିବାର । ଛାତ୍ରୀଙ୍କ ବାପା ଏହା ଏକ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।