ଅନୁସନ୍ଧାନ ଭାରତ(ବ୍ୟୁର): ଡ଼ାଇରୀୟା ରୋଗରେ ପ୍ରଭାବିତ ରାୟଗଡା ଜିଲା କାଶୀପୁର ବ୍ଲକର ଟିକିରି ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇସ୍ଥିତି ଅନୁଧ୍ୟାନ କରିଛନ୍ତି ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକା l ଡ଼ାଇରୀୟା ରୋଗରେ ଆକ୍ରାନ୍ତ ହୋଇ ଥିବା ମୃତକଙ୍କ ପରିବାର ଏବଂ ବର୍ତ୍ତମାନ ହସ୍ପିଟାଲ ରେ ଚିକିତ୍ସିତ ହେଉ ଥିବା ରୋଗୀଙ୍କୁ ଆଜି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକା ସାକ୍ଷାତ କରି ସ୍ଥିତି ସମ୍ଭନ୍ଧରେ ବୁଝିବା ସହ ମୃତ୍ୟୁ ପରିବାରଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରିଥିଲେ l

ଏହି ଘଟଣାକୁ ସଂସଦରେ ଉପସ୍ଥାପନ କରି ମୃତକ ପରିବାରଙ୍କୁ ମୃତ ପରିବାରଙ୍କୁ ‘ଦଶ ଲକ୍ଷ’ ଅନୁଦାନ ରାଶି ଭାବେ ପ୍ରଦାନ କରିବା ସକାସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ବୋଲି ଆଶ୍ୱସୋନା ଦେଇଛନ୍ତି l ସାଂସଦଙ୍କ ସହିତ ଦୁର୍ଗା ପଣ୍ଡା (ସଭାପତି), ଦିପୁ ଉଲାକା, ଆପଳାସ୍ୱାମି କାଡ୍ରାକା, ପାର୍ଥ ବର୍ଦ୍ଧନ, ବୁଲୁ ନାୟକ, ଜିଜୁରୁ ମାଝୀ,ସାନ୍ଦୁ ମାଝୀ, ବିପ୍ର ପୂଜାରୀ, ଅମ୍ଭିକା ମାଝୀ, ରଞ୍ଜିତା ନାୟକ ବ୍ଲକ ଓ ଜ଼ିଲ୍ଲାର ବରିଷ୍ଟ ନେତୃ ମୁଣ୍ଡଳୀ ଉପସ୍ଥିତ ରହିବା ସହ ବିଡିଓ ସାଥିରେ ରହି ପ୍ରଭାବିତ ଅଞ୍ଚଳ ଗ୍ରସ୍ଥ କରିଥିଲେ l