ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ ଜିଲ୍ଲା ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଏସୋସିଏସନ ଗୁଣପୁର ବ୍ଲକ ତରଫରୁ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା I ଏହି ସଭାରେ ଗୁଣପୁର ବ୍ଲକ ଆଇନ୍ ଉପଦେଷ୍ଟା ପ୍ରଦୀପ କୁମାର ଦାସ, ବ୍ଲକ ସଭାପତି ଜସ୍ଵଶ୍ଵିନୌ ମହାପାତ୍ର, ରାୟଗଡ ବିଜୁ ଶ୍ରମିକ ସଂଗଠନର ରାଜ୍ଯ ସମ୍ପାଦକ ନିରଞ୍ଜନ ପତ୍ର,।ସନ୍ଧ୍ୟା ରାଣୀ ବାରିକ ଓ ଗୁଣପୁର ବ୍ଲକ ସଂଗଠନର୍ ସମସ୍ତ ସଭ୍ୟା ଉପସ୍ଥିତ ଥିଲେ I ଆଜିର ସଭାରେ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ସରକାର ତରଫରୁ ସହାୟତା ପ୍ରଦାନ କରାଯାଉ ଥିବାରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା I ସମସ୍ତ ସଭ୍ୟାଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ଅଣ୍ଡା ସମସ୍ୟା ଓ କେନ୍ଦ୍ରରେ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ଦରମା ବୃଦ୍ଧି, ସ୍ଥାୟୀକରଣ ସମ୍ପର୍କରେ ଆଲୋଚନା କରାଯିବା ସହ ସଂଗଠନ ମାଧ୍ୟମରେ ଅନ୍ୟାନ୍ୟ ଦାବୀକୁ ସରକାରଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ ନିଷ୍ପତ୍ତି କରାଯାଇଛି I ଆଗାମୀ ବୈଠକ ଅଗଷ୍ଟ ୨୮ ରେ କରାଯାଇ ନୂତନ ନିଯୁକ୍ତି କର୍ମକର୍ତ୍ତା ଓ ଅବସର ଗ୍ରହଣ କରିଥିବା କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି କରାଯାଇ ଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି I