ଚାରି ଦଫା ଦାବୀ ନେଇ ରାଜରାସ୍ତାକୁ ଓଲ୍ହାଇଲେ କୃଷକ, ଗୁଣପୁର ମୁଖ୍ୟ ରାସ୍ତା ଅବରୋଧ କରି ପ୍ରତିବାଦ କଲେ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ବାଇପାସ ସ୍ଥିତ ନାଗଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ସିପିଆଇ ଏମ୍ ଏଲ୍ କେନ୍ଦ୍ରୀୟ କମିଟି ସଦସ୍ୟ ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଆଜି ଦିନ ୧୧ ଟା ସମୟରେ ମୁଖ୍ୟ ରାସ୍ତା ଅବରୋଧ କରାଯାଇ ଚକା ଜାମ କରାଯାଇଛି I ସଂଯୁକ୍ତ କିଷାନ୍ ମୋର୍ଚା (SKM) ତରଫରୁ ୪ଟି ଦାବୀ ନେଇ ଦେଶ ବ୍ୟାପି ଚକାଜାମ କରିବା ପାଇଁ ଆହ୍ୱାନ ଦିଆଯାଇଛି I ଏଥି ପାଇଁ ଅଖୁଲ ଭାରତ କୃଷକ ମହାସଭା (AIKM) ପକ୍ଷରୁ ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଫସଲ ଏମ ଏସ ପି ସର୍ବନିମ୍ନ ମୂଲ୍ୟ ପାଇଁ ଆଇନଗତ ବ୍ୟବସ୍ଥା କରିବା କୃଷକ ମାନଙ୍କ ଉପରେ ହୋଇଥିବା ସମସ୍ତ ମୋକଦ୍ଦମା ପ୍ରତ୍ୟାହାର କରିବା I ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟାର ଅଭିଯୁକ୍ତ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ଦିଆଯିବା I ଜନବିରୋଧୀ ବିଦ୍ୟୁତ ବିଲ-୨୦୨୦ ପ୍ରତ୍ୟାହାର କରିବା ଆଦି ଦାବି ନେଇ ଚକା ଜାମ କରାଯାଇଥିଲା I ଆଇନ ଶୃଙ୍ଖଳା ଦୃଷ୍ଟିରେ ରଖି ଗୁଣପୁର ଥାନା ଅଧିକାରୀ ଅଶ୍ରିତା ଖାଲକୋ ସଦଳ ବଳେ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ I ଏହି ଚକାଜାମ ସମୟରେ ଅନାସିମ ଶବର, କୈଳାସ ଶବର, ମଜେଶ ଶବର, ସଞ୍ଜୟ ଶବର, ପଇତ ଶବର, ରାଇନା ଶବର, ଦାନିଏଲ ଶବର, ରାଜେନ୍ଦ୍ର ମାଝୀ, ଭୀମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ I