ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସହର ମୁହାଁ ୬ ଜଣିଆହାତୀ ପଲ I ଦିର୍ଘ ଦିନ ଧରି ଏହି ହାତୀ ପଲ ଗୁଣୁପୁର ଅଞ୍ଚଳରେ ଆତଙ୍କ ମଚାଇଛନ୍ତି I ବିଭିନ୍ନ ସ୍ଥାନରେ ଫସଲ ଜମି ନଷ୍ଟ, ଘର ଗୁଡିକୁ ଭାଙ୍ଗି ଦେବା ସହ ୩ ଜଣ ଲୋକଙ୍କୁ ଜୀବନରେ ମାରି ଦେଇଛି ଏହି ହାତୀ ପଲ I ଆଜି ଗୁଣପୁର ସହର ଠାରୁ ମାତ୍ର ୪ କିମି ଦୂରତାରେ ଥିବା ଓକିଲ ଗୁଡ଼ା ଓ ଗାଡିଆ ବାଙ୍ଗ ନିକଟ ଜଙ୍ଗଲକୁ ଖାଦ୍ୟ ଅନ୍ୱେଷଣରେ ଆସିଥିଲେ I ଏହା ଦେଖି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା ଏବଂ ମୁଖ୍ୟ ରାସ୍ତାରେ ଦିର୍ଘ ସମୟ ଧରି ଯାନବାହାନ ଅଟକି ରହିଥିଲା I ଗୁଣପୁର ବନ ବିଭାଗର କର୍ମଚାରୀମାନେ ହାତୀପଲକୁ ଜଗି ବସିଥିବା ବେଳେ ଏହି ବଣୁଆ ହାତୀ ପଲକୁ ଘଉଡ଼ାଇବା ପାଇଁ ଗ୍ରାମ ବାସୀ ସହଯୋଗ କରିନଥିବାରୁ ସମସ୍ୟା ସୃଷ୍ଟି ହେଉ ଥିବା ସହକାରୀ ରେଞ୍ଜର ନୀଳମାଧବ ପାଢ଼ୀ କହିଛନ୍ତି I