ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତାଳଦଣ୍ଡିକିଆ ପଂଚାୟତ କରଣ୍ଡାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କକ୍ଷ ବା ଶ୍ରେଣୀ କୋଠରୀର ଉଦଘାଟନି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିମାଞ୍ଚଳ ମୂଖିଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଏହି କକ୍ଷର ନିର୍ମାଣ କରା ଯାଇଥିବା ବେଳେ ଏହା ଓଡ଼ିଶାର ପ୍ରଥମ ବିଦ୍ୟାଳୟ ଯେଉ ବିଦ୍ୟାଳୟ ରେ ଏଭଳି କକ୍ଷ ନିର୍ମାଣ କରା ଯାଇଛି l ତେବେ ଆଗରୁ ମଧ୍ୟ ଏହି ପ୍ରଧାନ ଶିକ୍ଷକ ଜଣକ ଘରେ ଘରେ କଳାପଟା ଭଳି ପଦକ୍ଷେପ ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ଏହି କାର୍ଯ୍ୟକ୍ରମ ପାଇଁ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି l ତେବେ ଏହି ଶ୍ରେଣୀ କୋଠରୀ ଦ୍ୱାରା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ ପାଠ ପଢୁ ଥିବା ଛାତ୍ରଛାତ୍ରୀମାନଙ୍କ ଭାଷା ଓ ଗଣିତର ଦକ୍ଷତା ବିକାଶ ହୋଇ ପାରିବ ଏବଂ ଛାତ୍ରଛାତ୍ରୀ ସହଜରେ ଗଣିତ ଓ ଭାଷା ବୁଝିପାରିବେ l ଅନ୍ୟପଟେ କୋଠରୀକୁ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଚିତ୍ର ଓ ଶିକ୍ଷଣ ସାମଗ୍ରୀରେ ସଜ୍ଜିତ କରାଯାଇଛି l ତେବେ ଏହି ଶ୍ରେଣୀ କୋଠରୀର ଉଦଘାଟନି ଉତ୍ସବରେ ଫିରିଙ୍ଗିଆ ଗୋଷ୍ଠି ଶିକ୍ଷାଧିକାରୀ ବିନୋଦ ବିହାରୀ ଡିଗାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପିରାମଳ ଫାଉଣ୍ଡେସନର ସଦସ୍ୟ ପ୍ରାର୍ଥନା ଅପା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବର୍ଧନ ସାହୁ, ପଡେରୀପଡା ସିଅରସିସି ସୁଶାନ୍ତ କୁମାର ଡିଗାଲ, ବାନ୍ଧଗଡ଼ ସିଅରସିସି ଗୌରବ କହଁର, ଶିକ୍ଷକ କଲେଶ୍ୱର କହଁର, ଯତୀନ୍ଦ୍ର କୁମାର ପରିଡା, ସୁରେଶ ଚନ୍ଦ୍ର ବଳିୟାରସିଂଙ୍କ ସହ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l