ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଦ୍ଵିତୀୟ ପର୍ଯ୍ୟାୟରେ ମୋ ସରକାର ଅଧୀନରେ ରୂପାନ୍ତରିତ ହୋଇଥିବା ନବନିର୍ମିତ ସ୍ମାର୍ଟ ସ୍କୁଲ ଗୁଡିକୁ ପରିଦର୍ଶନ କରିଛନ୍ତି ଫିରିଙ୍ଗିଆ ବ୍ଲକ ଅଧକ୍ଷା ନମିତା କହଁରଙ୍କ ସହ ୧୩ ନମ୍ବର ଜିଲ୍ଲା ପରିଷଦ ଜୋନର ଜିଲ୍ଲାପରିଷଦ ସଭ୍ୟା ଜୟଶ୍ରୀ କହଁର ଓ ନୁଆଁ ପଦର ପଂଚାୟତ ସମିତି ସଭ୍ୟା ମିନା ବେହେରା l ଅନ୍ୟମାନଙ୍କ ମଧ୍ୟରେ ନୁଆଁ ପଦର ପଞ୍ଚାୟତର ସରପଞ୍ଚଙ୍କ ସହ ବ୍ଲକର ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା, ଫିରିଙ୍ଗିଆ ଅଂଚଳର ଜଣା ଶୁଣା ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରି ପଦ୍ମନାଭ ବେହେରାଙ୍କ ଭାଇ ପ୍ରଦିପ କୁମାର ବେହେରା ମଧ୍ୟ୍ୟ ଅପସ୍ଥିତ ଥିଲେ l ତେବେ ଦ୍ୱିତୀୟ ପର୍ଯ୍ୟାୟରେ ନୂଆପଦର ଶୁଣ୍ଢୀଗାଁ ଓ ବନ୍ଧଗଡ଼ ଠାରେ ଥିବା ସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇ ଗତ କିଛି ଦିନ ତଳେ ଏହି ସ୍କୁଲ ଗୁଡିକୁ ମାନ୍ୟବର ମୁଖ୍ୟମନ୍ତ୍ରି ଭରଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ l ପ୍ରତିନିଧି ଦଳ ଏହି ସ୍କୁଲ ଗୁଡିକୁ ପରିଦର୍ଶନ କରି ସ୍କଲର ଶିକ୍ଷା ଓ ଅନୁସଙ୍ଗିକ ବ୍ୟବସ୍ତା ବିଷୟରେ ସ୍କୁଲ କମିଟି ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ l ଅନ୍ୟପଟେ ଏହି ସବୁ ସ୍କୁଲମାନଙ୍କରେ ପ୍ରାୟ ସମସ୍ତ ସୁବିଧା ଥିବା ବେଳେ ନୂଆପଦର ସ୍କୁଳରେ ପାଣି ସମସ୍ୟା ଏକ ମୁଖ୍ୟ ସମସ୍ୟା ହୋଇଥିବା ଦେଖା ଦେଇଛି l ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ନିର୍ବାଚିତ ଜନପ୍ରତିନିଧି l