ଗୋଛାପଡା ଠାରେ ସିଆରାପିଫ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଗୋଛାପଡା ଠାରେ ଥିବା ୧୧୭ ବାଟାଲିୟନ ସିଆରାପିଫ ବାହିନୀଙ୍କ ତରଫରୁ ଗୋଛାପଡା ସରକାରୀ ଉଚ୍ଚ ବିଆ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ କାର୍ଯ୍ୟକ୍ରମ ରେ ସିଆରାପିଫ କମାଣ୍ଡାର ପି ନେଲାୟାପନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗୋଛାପଡା ଥାନା ଆଧିକାରୀ ରଂଜିତ କୁମାର ମୁନି, ସରପଞ୍ଚ ଯୁଗାନ୍ତ କହଁ, ପ୍ରାଥମିକ ସ୍ୱାସ୍ଥ୍ୟ ଅଧିକାରିଣୀ ଡାକ୍ତର ସାହସ୍ତ ପରବିନ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୁଣାକର ଜାନି ଉପସ୍ଥିତ ଥିବା ବେଳେ ବନବିଭାଗର ଫରେଷ୍ଟରଙ୍କ ସହ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ l ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ମଧ୍ୟ ଉପସ୍ଥିତ ରହି ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା l