ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ମୁନିଗୁଡା ବନଖଣ୍ଡ ଅନ୍ତର୍ଗତ ବିଜାପୁର ଫରେଷ୍ଟ ବିଟ ମଧ୍ୟରେ ଥିବା ଜଙ୍ଗଲରୁ ବିଭିନ୍ନ କିସମର ଗଛ କାଟିବା ଅଭିଯୋଗରେ ଦୁଇଜଣ କାଠ ମାଫିଆଙ୍କୁ ଗିରଫ କରିବା ସହ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି ବନ ବିଭାଗ l ସୂଚନା ଅନୁଯାୟୀ ମୁନିଗୁଡା ବନଖଣ୍ଡ ସ୍ୱତନ୍ତ୍ର ବନାଞ୍ଚଳ ଅଧିକାରୀ ଆର.କାଲାଇ ବାନାନ(ଆଇଏଫଏସ), ଚନ୍ଦ୍ରପୁର ବନପାଳ ଗୌତମ ପଣ୍ଡା ଓ ବନରକ୍ଷୀ ଜଗଦୀଶ ନାୟକ ଉକ୍ତ ବନାଞ୍ଚଳ ପରିଦର୍ଶନ କରିବାକୁ ଯାଇ ଥିଲେ l ଏହି ସମୟରେ ବିଜାପୁର ଜଙ୍ଗଲ ମଧ୍ୟରେ ଦୁଇଜଣ ଆସାମୀ ସମୀର ଟ୍ରଟ୍ରକା(୨୩), ଗ୍ରାମ:ମମ୍ବାଲି ତୋଟା, ପଂଚାୟତ:କଦମା(ଗୁଡାରି) ଓ ଲୋକଯାୟୀ ମୁଣ୍ଡାକା(୫୨), ଗ୍ରା:ଲାମ୍ବର, ବିଜାପୁର, ଚନ୍ଦ୍ରପୁର ଅଞ୍ଚଳର ବାସିନ୍ଦା ଦଶରୁ ଉର୍ଦ୍ଧ ଶାଳ, ବିଜା, କେନ୍ଦୁ ଓ ଅନ୍ୟାନ ଗଛ କାଟିବା ସହିତ ୭/୮ଟି ବୁଦୁବୁଦିଆ ଜଙ୍ଗଲ କାଟୁଥିବା l ଏତିକି ବେଳେ ଅଚାନକ ବନ ଅଧିକାରୀ ଓ କର୍ମଚାରୀମାନେ ଦୁଇଜଣଙ୍କୁ କାବୁ କରିନେଇଥିଲେ l ପରେ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ବାନାନଙ୍କ ନିର୍ଦେଶକ୍ରମେ ଏହି ଦୁଇ ଆସାମୀଙ୍କ ନାମରେ କେଶନଂ ୧୮୯୨/୧୧୫୬ରେ ସେକ୍ସନ୨୭(୧)(ଏ)&(ବି) ର ଓଏଫଏ ୧୯୭୨ ଏବଂ ସେକ୍ସନ ୩(ବି)ର ଫରେଷ୍ଟ କଞ୍ଜର୍ଭେଶନ ଆକ୍ଟ ୧୯୮୦ ମାମଲା ରୁଜୁ କରି ଆସାମୀ ଦ୍ୱୟଙ୍କୁ ବିଷମକଟକ କୋର୍ଟ ଚାଲାଣ କରିଛନ୍ତି l ଗ୍ରାମବାସୀଙ୍କ କହିବାନୁଯାୟୀ ସେମାନେ ପ୍ରତିବର୍ଷ ସେହିସବୁ ଅଞ୍ଚଳରେ ପଡୁଚାଷ କେଉଁକାଳରୁ କରି ଆସୁଛନ୍ତି l ଏଣୁ ଚାଷ ଉଦ୍ଧେଶ୍ୟରେ ସେମାନେ ସଫା କରୁଥିଲେ ବୋଲି ଅଂଚଳ କହିଛନ୍ତି l