ଘୁ.ଉଦୟଗିରି ଓ ବାଲିଗୁଡ଼ା ଡାକ୍ତର ଖାନାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଅଞ୍ଚଳରେ ତେଜୁଛି ଜନଅସନ୍ତୋଷ….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର ସର୍ବ ବୃହତ୍ତ ଉପଖଣ୍ଡର ମାନ୍ୟତା ପାଇଥିବା ବାଲିଗୁଡା ଉପଖଣ୍ଡ ରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାକୁ ଲାଗିଛି l ଡାକ୍ତର ଖାନାରେ ଡାକ୍ତର ଓ ଷ୍ଟାଫ ମରୁଡି ଯୋଗୁଁ ରୋଗୀ ସେବାରେ ବ୍ୟାହତ ହେଉଥିବା ଦେଖିବାକୁ ମିଳିଛି l ଜରୁରୀକାଳୀନ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି I ଅନେକ ରୋଗୀ ଅପେକ୍ଷା ନକରି ପାରି ଘରକୁ ଫେରୁ ଥିବା ଯୋଗୁଁ ଡାକ୍ତର ଖାନା ପ୍ରତି ଲୋକଙ୍କ ଭରଷା ତୁଟିଗଲାଣି l ଡାକ୍ତର ପଦବୀ ସଂଖ୍ୟା ୨୪ ଥିବାବେଳେ ମାତ୍ର ୩ ଜଣ ଡାକ୍ତର ରୋଗୀ ସେବା କରୁଛନ୍ତି I ସେହି ୩ ଜଣ ଡାକ୍ତର ମଧ୍ୟରୁ ପାଳି କରି ଜଣେ ଡାକ୍ତର ରୋଗୀସେବା କରୁଥିବା ନେଇ ଅଭିଯୋଗ ହେଉଛି l ସୋମବାର ଦିନ ରୋଗୀ ସଂଖ୍ୟା ଅପରାହ୍ନ ୪ଟା ବେଳେ ଜଣେ ମାତ୍ର ଡାକ୍ତର ରୋଗୀ ସେବା କରୁଥିବା ବେଳେ ଅନ୍ୟ ଦୁଇ ଡାକ୍ତରଙ୍କ ଦେଖା ମିଳିନଥିଲା l ଗଣମାଧ୍ୟମ ପ୍ରତିନିଧି ଫୋଟ ଉତ୍ତୋଳନ ଖବର ପାଇ ଦୁଇ ଡାକ୍ତର ଆସିଥିଲେ l ବର୍ଷା ଦିନ ହୋଇଥିବାରୁ ଜ୍ଜର ଓ ଡ଼ାଇରୀଆ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ବଢିବାରେ ଲାଗିଛି l ଉପଖଣ୍ଡ ମେଡିକାଲର ଏହି ଅବସ୍ଥା ଯୋଗୁଁ ରୋଗୀମାନେ ଡାକ୍ତର ଖାନାକୁ ଆସିବାକୁ ଉଚିତ ମନେ କରୁନାହାନ୍ତି l ସାଧାରଣ ଜ୍ଜର ଓ ପେଟ ବ୍ୟଥା ଓ ଆସନ୍ନ ପ୍ରସବା ମହିଳାଙ୍କୁ ଫୁଲବାଣୀ ରେଫର କରାଯାଉଥିବା ଅଭିଯୋଗ ହେଉଛି l ଉପ ଖଣ୍ଡ ଡାକ୍ତର ଖାନାଟି ୫ଟି ଅଧୀନରେ ଚାଲିଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଉପରେ ଚିକଣ ଭିତରେ ଫମ୍ପା l କେବଳ ବିଲଡିଂ ଓ କାନ୍ଥ ରେ ଚୂନମାରି ସରକାର ବିକାଶ କରୁଛି ବୋଲି କହୁଛି l ଡାକ୍ତରଖାନା ଉପରେ ଜ଼ିଲ୍ଲାର ନଅ ଗୋଟି ବ୍ଲକ ଓ ପଡୋଶୀ ବୌଦ୍ଧ କଳାହାଣ୍ଡି ଓ ରାୟଗଡା ଜ଼ିଲ୍ଲାର ସୀମାନ୍ତ ଅଞ୍ଚଳର ଲକ୍ଷାଧିକ ଲୋକେ ନିର୍ଭରଶିଳ l ଡାକ୍ତର ପଦବୀ ପୂରଣ ନେଇ ବାଲିଗୁଡାର ବିଭିନ୍ନ ସଂଗଠନ ଭାରତୀୟ ଜନତା ଦଳ ଅନେକ ସମୟରେ ଆନ୍ଦୋଳନ ଧାରଣା କରିଛନ୍ତି କିନ୍ତୁ ମିଳିଛି କେବଳ ପ୍ରତିଶୃତି l ପ୍ରଶାସନର ଚରମ ଅବହେଳା ନିର୍ବାଚିତ ଜନ ପ୍ରତିନିଧିଙ୍କ ବୈମାତୃକ ମନୋଭାବ ଯୋଗୁଁ ଡାକ୍ତର ଖାନାର ଉନ୍ନତି ହେଉନାହିଁ l ଦୀର୍ଘ ଦିନ ହେବ ମେଡିକାଲ ପରିସର ମଧ୍ୟରେ ଥିବା ସୁଲଭ ଶୌଚାଳୟ ମଧ୍ୟ କାର୍ଯ୍ୟକ୍ଷମ ହେଉନି I ଫଳରେ ଲୋକେ ହୀନସ୍ତା ହେଉଛନ୍ତି I ଯାହା ପାଇଁ ଦିନକୁ ଦିନ ଅସନ୍ତୋଷ ଦାନା ବାନ୍ଧୁଛି I ଆଗାମୀ ଦିନରେ ବଡ଼ ଧରଣର ଜନ ଆନ୍ଦୋଳନ ପାଇଁ ଲୋକେ ସଜବାଜ ହେଉଥିବା ନେଇ ଆଭାସ ମଧ୍ୟ ମିଳୁଛି l ମେଡିକାଲ ଉପରେ ନିର୍ଭରଶିଳ ଦୁଇଟି ନିର୍ବାଚନ ମଣ୍ଡଳୀ ବାଲିଗୁଡା ଓ ଘୁ.ଉଦୟଗିରି ବିଧାୟକ ଏହିପ୍ରତି ଦୃଷ୍ଟି ଦେବା ଆବଶ୍ୟକତା ରହିଛି l ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବା ନ କହିବା ଭଲ I ସ୍ୱାସ୍ଥ୍ୟ କେନ୍ଦ୍ରର ସୌନ୍ଦର୍ଯ୍ୟ ବାହାରୁ ଦେଖିବାକୁ ଅତି ସୁନ୍ଦର I ହେଲେ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ି ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ଏନେଇ ବାରମ୍ବାର ଅଭିଯୋଗ ହେଉ ଥିଲେ ସୁଦ୍ଧା ଫଳ ଶୁନେ I ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଜାଡ଼ିବା ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ତତ୍ପରତା ମଧ୍ୟ ଦେଖିବା କୁ ମିଳିଛି I ଘୁ.ଉଦୟଗିରି ଏକ ପୁରାତନ ଏବଂ ବୃହତ୍ତମ ବିଧାନସଭା କ୍ଷେତ୍ର ହୋଇ ଥିଲେ ମଧ୍ୟ ଏଥି ପ୍ରତି ସ୍ଥାନୀୟ ପ୍ରତିନିଧିଙ୍କ ବୈଇମାତୃକ ମାନଭାଵ ଚିନ୍ତା ଜନକ ବୋଲି ଅଞ୍ଚଳବାସୀ କହିଛନ୍ତି I ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଁ ଅଞ୍ଚଳ ପକ୍ଷରୁ ବର୍ଷ ବର୍ଷ ଧରି ଦାବୀ ହୋଇ ଆସୁ ଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁ ନାହିଁ I ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ରାଇକିଆ, ଟିକାବାଲି, ପାବୁରିଆ ଅଞ୍ଚଳର ଜନସାଧାରଣ ନିର୍ଭର କରନ୍ତି I ହେଲେ ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ମରୁଡି ସହ ବିଭିନ୍ନ ସେବା ଉପଲବ୍ଧ ନ ଥିବା ଦେଖା ଦେଇଛି I ସାମାନ୍ୟ ଜ୍ୱର ହେଲେ ମଧ୍ୟ ବାହାର ଡାକ୍ତର ଖାନାକୁ ରୋଗୀଙ୍କୁ ରେଫେର କରାଯାଉ ଥିବା ରୋଗୀ ଅଭିଯୋଗ କରିଛନ୍ତି I ଯାହା ପାଇଁ ରୋଗୀଙ୍କ ବହୁତ ଅର୍ଥ ଖର୍ଚ୍ଚ ହେଉଥିବା ଦେଖା ଦେଇଛି I ତେଣୁ ପ୍ରଶାସନ ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦେବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ି ଥିବା ପଦବୀ ପୂରଣ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି I