ଗୁଣପୁର ଠାରେ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଦସ୍ତଖତ ଅଭିଯାନ ଆରମ୍ଭ….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର ରାଜ୍ୟ ଶାଖା ସଭାପତି ବିଜୟ ମଲ୍ଲଙ୍କ ନିର୍ଦେଶରେ ଆଜି ଗୁଣପୁର ଟାଉନ ହଲ ଠାରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, ରାୟଗଡ ଶାଖା ତରଫରୁ ରାୟଗଡ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ ଓଡିଶା ସରକାରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି ଉଛେଦ ଓ ଚୁକ୍ତିଭିତ୍ତିକ କାର୍ଯ୍ୟ ସମୟ ୬ବର୍ଷ ଅବଧିକୁ ସାମିଲ କରିବା ନିମନ୍ତେ ଏକ ଦସ୍ତଖତ ଅଭିଯାନ ଓ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଏକ ସ୍ମାରକପତ୍ର ସ୍ଵାକ୍ଷର କରାଯାଇ ଆଗାମୀ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁଣପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ପ୍ରସ୍ତାବ ଗୃହୀତ କରାଯାଇଥିଲା I ଏଥି ସହ ପର୍ଯ୍ୟାୟ କ୍ରମେ ବ୍ଲକ ସ୍ତରରେ ଏହି ଦସ୍ତଖତ ଅଭିଯାନ ଓ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି I କର୍ମଚାରୀମାନେ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ଚୁକ୍ତିଭିତ୍ତିକ ପ୍ରଥା ଉଛେଦ କରିବେ ବୋଲି ଆଶା ବାନ୍ଧି ଥିବା କହିଛନ୍ତି I ଆଜିର ଏହି କାର୍ଯ୍ୟକ୍ରମକୁ ସଙ୍ଘର ଉପଦେଷ୍ଟା ସଞ୍ଜିତ ପଣ୍ଡା, ଅକ୍ଷୟ ପଣ୍ଡା ଓ କାର୍ଯ୍ୟକାରୀ ସଦସ୍ୟ ପ୍ରସନ୍ନ ପଣ୍ଡା, ନୀଳମାଧଵ ପାଣିଗ୍ରାହୀ, ତୁଷାର ରଞ୍ଜନ ଲାଵଲା, ସୁଜିତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ଗୁଣପୁର ଉପଖଣ୍ଡର ସମସ୍ତ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀ ଉପସ୍ଥିତ ଥିଲେ I