ସାନ ଆଚବା ଗ୍ରାମରେ କବାଟ ତାଡ଼ି ଲୁଟ୍ ଘଟଣା : ସୁନା ଗହଣା ଜବତ, ଜଣେ ଗିରଫ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସହର ନିକଟସ୍ତ ସାନ ଆଚବା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ଗତ ୨୨ ତାରିଖରେ ୪୦ ଭରି ସୁନା ଅଳଙ୍କାର ଚୋରି ହୋଇଯାଇଥିବା ନେଇ ଗୁଣପୁର ଥାନାରେ କୃଷ୍ନ ଅଭିଯୋଗ କରିଥିଲେ । ଏତଲାକୁ ଭିତି କରି ଗୁଣପୁର ପୁଲିସ ପକ୍ଷରୁ ତନାଘନା ଜାରୀ ରହିଥିଲା । ଏନେଇ ରାୟଗଡ଼ା ଠାରୁ ଏକ ଟିମ୍ ଆସି ଅନୁସନ୍ଧାନି କୁକୁର ସାହାଯ୍ୟରେ ସେହି ଗ୍ରାମର ଏକ ବ୍ୟକ୍ତି ଚୋରୀ କରିଥିବା ସନ୍ଦେହ ରେ ଚିହ୍ନଟ କରି ଗିରଫ କରାଯାଇଥିଲା । ପରେ ଉକ୍ତ ବ୍ୟକ୍ତିକୁ ଗୁଣପୁର ଥାନାକୁ ଅଣାଯାଇ ପଚରା ଉଚରା କରିବାପରେ ସେନିଜେ ଦୋଷକୁ ସ୍ୱୀକାର କରିଥିଲା । ସୁନାଗହଣା ଗୁଡିକୁ ନିଜ ଘର ବାଡିପଟେ ଏକ ତକିଆ ଭିତରେ ରଖିଥିବା ପୁଲିସ ଜଣାଇଥିଲେ । ଏହି ଚୋରୀ ଘଟଣାରେ ତାଙ୍କ ବାପା ଓ ତାଙ୍କ ବଡ଼ଭାଇ ଯଡିତ ଥିବା ମଧ୍ୟ କହିଥିଲା । ଆଚବା ଗ୍ରାମକୁ ଯାଇ ସେହି ବ୍ୟକ୍ତି ଲୁଚାଇରଖିଥିବା ସୁନାଗହଣକୁ ଜବତ କରିବା ପରେ ଥାନାରେ ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି କୃଷ୍ଣଚନ୍ଦ୍ରଙ୍କୁ ଜବତ ସୁନା ଗହଣା ପ୍ରଦାନ କରିଛି । ଏହି ଚୋରୀ ଘଟଣାରେ ସମ୍ପୃକ୍ତ ଦୁଇ ଜଣ ତଥା ବାପା ଏବଂ ବଡ଼ ଭାଇ ଫେରାର ଅଛନ୍ତି l ଫେରାର ଲୁଟେରାଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ ପି ଲଲିତ୍ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗୁଣପୁର ଥାନା ଏସ୍ ଡି ପିଓ ଅଜୟ କୁମାର ବାରିକ୍, ଥାନା ଅଧିକାରୀ ଆଶ୍ରିତା ଖାଲକୋ, ଏସ୍ ଆଇ ଅଶୋକ କୁମାର ପାଢ଼ୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।