ଅନୁସନ୍ଧାନ ଭାରତ(ବ୍ୟୁର): ପୂର୍ବତନ ଲୋକସଭା ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ଘଟିଛି । ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମେଡିକାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସାଂସଦ ସୁବାସ ନାୟକ ୧୯୯୧ ରୁ ୧୯୯୫ ପର୍ଯ୍ୟନ୍ତ କଳାହାଣ୍ଡିର କଂଗ୍ରେସ ସାଂସଦ ଥିଲେ l ସଂସଦକୁ ସେହି ସମୟରେ ସାଇକେଲରେ ଯାଇ ସେ ଚର୍ଚ୍ଚିତ ଥିଲେ l