ଅନୁସନ୍ଧାନ ଭାରତ(ବ୍ୟୁର) : କନ୍ଧମାଳ ଜିଲା ଗୋଛାପଡା ଥାନା ଅନ୍ତର୍ଗତ କଡିପାରି ଆଶ୍ରମ ସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟି ଥିବା ଅଭିଯୋଗ ହୋଇଛି l ମୃତ୍ଯୁ ବରଣ କରିଥିବା ଛାତ୍ର ଜଣଙ୍କ ହେଉଛନ୍ତି ଗୋଛପଡା ଟିଙ୍ଗିରିଟିକା ଗ୍ରାମର ବଡା କହଁରଙ୍କ ୧୧ ବର୍ଷର ପୁଅ ଜଗା କଂହର । ମୃତ୍ଯୁର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ଫୁଲବାଣୀ ମେଡିକାଲରେ ପହଂଚିଵା ପୂର୍ବରୁଛାତ୍ରର ମୃତ୍ୟୁ ହୋଇସାରିଥିଵା କୁହାଯାଉଛି l ତେଵେ, ସମ୍ପୃକ୍ତ ସ୍କୁଲ କତୃପକ୍ଷ ଛାତ୍ର ଅସୁସ୍ଥ ଥିବା ଜାଣିବା ପରେ ଚିକିତ୍ସା ପାଈଁ ପ୍ରଥମେ ଗୋଛାପଡା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ଓ ଅବସ୍ଥା ଗୁରୁତର ହେବାରୁ ତାକୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ସଦରମହକୁମା ଡାକ୍ତର ଖାନାରେ ଭର୍ତିକରାଯାଇଥିଲା l ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ l ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ ଘଟିଥିବା ମୃତ ଛାତ୍ରର ବାପା ବଡା କହଁର ଅଭିଯୋଗ କରିଛନ୍ତି । ଏହି ଘଟଣା ପାଇବା ପରେ ଜଣେ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଂଚି ଖବର ସଂଗ୍ରହ କରିବା ବେଳେ ଆକ୍ରୋଶର ଶିକାର ହୋଇ ଥିବା ମଧ୍ୟ ବୋଲି ଖବର ମିଳିଛି।