ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଲଗାଣ ବର୍ଷାର ପ୍ରଭାବରେ କନ୍ଧମାଳ ଜିଲ୍ଲାର ସଦର ମହକୁମା ସମେତ ଫୁଲବାଣୀ ସହର ଓ ବ୍ଲୋକ ସହ ସମଗ୍ର କନ୍ଧମାଳ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଛି l ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗିରହିବା ଫଳରେ ଜିଲାରେ ଥିବା ବିଭିନ୍ନ ନଦୀ ଓ ନାଳରେ ବନ୍ୟାଜଳ ଆସିବା ଫଳରେ ବହୁ ଅଞ୍ଚଳ ବାହ୍ୟ ଜଗତରୂ ବିଛିନ୍ନ ହୋଇଯାଇଥିବା ଖବର ମିଳିଛି l 

ଫୁଲବାଣୀ ପିଲା ସାଲୁଙ୍କି ନଦୀରେ ଆଜି ସକାଳୁ ପ୍ରବଳ ବନ୍ୟାଜଳ ଆସିବା ଫଳରେ ସହରର ନଦୀଖଣ୍ଡି ସାହି ଡ୍ୟାମ ଉପରେ ୩ ଫୁଟ ବନ୍ୟl ଜଳ ପ୍ରବାହିତ ହେଉଛି l ଫଳରେ ଡାକପାଲା, ଦାମିଗାଁ, ନୁଆରୀପଦର, ଆଲlମି ପଂଚାୟତ ବାହ୍ୟ ଜଗତରୂ ବିଛିନ୍ନ ହୋଇଯାଇଛି l ସେହିପରି ଫୁଲବାଣୀ ସହରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଓ ପ୍ରକୃତି ବିହାରର ଡ୍ରେଇନରେ ଆସୁଥିବା ପାଣି ଚୋକ ହେବାରୁ ଦୁର୍ଗନ୍ଧ ପାଣି ରାସ୍ତା ସମେତ ଘର ଭିତରକୁ ପଶିଥିବା ଦେଖିବାକୁ ମିଳିଛି । ସେହିପରି ଲଗାଣ ବର୍ଷାରେ ଫୁଲବାଣୀ ଗତବର୍ଷ ନୂଆରେ ନିର୍ମାଣ ହୋଇଥିବା ନାରାୟଣୀ ପାର୍କର ପାଚେରୀ ଭୁଷୁଡି ଯାଇଛି l ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କେତେ ମଜବୁତରେ ପାର୍କ କାମ ହୋଇଥିଲା। ଫୁଲବାଣୀ ସହର ସମେତ ଲଗାଣ ବର୍ଷlରେ କେତକ ସ୍ଥାନରେ କଚାଘର ଭୁଶୁଡିପଡ଼ିଥିବା ସହ ଜନଜୀବନ କ୍ଷତି ହୋଇ ଥିବା ସୂଚନାମିଳିଛି l ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇ ସତର୍କ ଦ୍ରୁଷ୍ଟି ରଖାଯାଇଥିବା ଅତିରିକ୍ତ ଜିଲାପାଳ ବସନ୍ତ ସାହୁ ସୂଚନା ଦେଇଛନ୍ତି l