ବିପଦ ସଂକୁଳ ଅବସ୍ଥାରେ ଟିକାବାଲିର କେଉଟ ସାହିରେ ଥିବା ମଶାଣୀ ଗୃହ, ମରାମତି ପାଇଁ ଅଞ୍ଚଳ ବାସିଙ୍କ ପକ୍ଷରୁ ଦାବୀ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ଅଞ୍ଚଳର କେଉଟ ସାହିରେ ଥିବା ମସାଣିର ଗୃହର ଅବସ୍ଥା ନ କହିବା ଭଲ I ବର୍ତ୍ତମାନ ଏହା ବିପଦ ପୂର୍ଣ୍ଣ ଅବସ୍ଥାରେ ଥିବା ଅଞ୍ଚଳ ବାସୀ କହିଛନ୍ତି I ଉକ୍ତ ମଶାଣୀ ଗୃହ ଉପରେ ଯାହା ଟିକାବାଲି ଵଉଷ୍ଟାଣ୍ଡ ଠାରୁ ଆରମ୍ଭ କରି ଥାନା ମେଡିକାଲ, ରାଜୀବ ନଗର, ଭୋଇ ସାହି, କେଉଟ ସାହି ଇତ୍ୟାଦି ଅଞ୍ଚଳର ଜନସାଧାରଣ ନିର୍ଭର କରନ୍ତୁ I ଏହି ମଶାଣୀ ଗୃହ ବହୁବର୍ଷ ପୂର୍ବେ ପ୍ରଶାସନ ଦ୍ୱାରା ନିର୍ମାଣ କରାଯାଇଥିଲା I ବର୍ତ୍ତମାନ ବିଶ୍ରାମଗାରର ବିପଦ ସଂକୁଲ ଅବସ୍ଥାରେ ଥିବା ଦେଖା ଦେଇଛି I ଯାହା ପାଇଁ ବର୍ଷା ସମୟରେ ଶବ ଦାହ କରିବାକୁ ଯାଉ ଥିବା ଲୋକ ମଶାଣୀ ଗୃହରେ ଆଶ୍ରୟ ନେବାକୁ ସୁରକ୍ଷିତ ମଣୁ ନ ଥିବା ପ୍ରକାଶ କରୁଛନ୍ତି I ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ମଶାଣୀ ଠାରେ ଏକ ଷ୍ଟ୍ରୀଟ ଲାଇଟର ବ୍ୟବସ୍ତା ପାଇଁ ମଧ୍ୟ ବହୁବାର ଦାବୀ ପରେ ମଧ୍ୟ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ I ଯାହା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି I ମଶାଣୀରେ ଥିବା ପୁରଣା ମଶାଣି ଗୃହକୁ ପୁନଃନିର୍ମାଣ ଓ ଷ୍ଟ୍ରୀଟ ଲାଇଟର ବ୍ୟବସ୍ତା ପାଇଁ ଅଞ୍ଚଳବାସୀ ପ୍ରଶାସନ ପାଖରେ ଦାବୀ କରିଛନ୍ତି I ପ୍ରଶାସନର ତଦାରଖ ଅଭାବରୁ ଏହି ମଶାଣୀ ଗୃହ ବର୍ତ୍ତମାନ ଘଞ୍ଚ ଜଙ୍ଗଲରେ ପରିଣତ ହେବା ସହ ବିଷଧର ସାପଙ୍କ ଆଶ୍ରୟ ସ୍ଥଳୀ ପାଲଟି ଥିବା ଦେଖା ଦେଇଛି I