ବର୍ଷେ ନପୂରୁଣୁ ବାଲିଗୁଡା ବସଷ୍ଟାଣ୍ଡ ପୋଖରୀର ଭୁଶୁଡିଲା ପାଚେରୀ…..

ଅନୁସନ୍ଧାନ ଭାରତ(ବ୍ୟୁର): ପାଣିରେ ପଡିଲା ସରକାରଙ୍କ ଲକ୍ଷାଧିକ ଟଙ୍କାର କାମ l ଗୋଟିଏ ରାତିର ବର୍ଷାରେ ପାଚେରୀ ଭୁଶୁଡି ଥିବା ଅଭିଯୋଗ ହୋଇଛି l ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ବସଷ୍ଟାଣ୍ଡ ପୋଖରୀ ପାଖରେ l ଏନ.ଏ.ସି ପକ୍ଷରୁ ସୌନ୍ଦର୍ଯ୍ୟ କରଣ ପାଇଁ ପୋଖରୀର ଚତୁର୍ପାଶ୍ୱରେ ଗତ ବର୍ଷ ପାଚେରୀ ନିର୍ମାଣ କରାଯାଇଥିଲା l ଗତ ରାତିର ଗୋଟିଏ ବର୍ଷାରେ ପାଚେରୀ ଧୋଇ ନେଇଛି l ବର୍ଷେ ନପୂରୁଣୁ ପାଚେରୀ ଭାଙ୍ଗିଥିବା ବେଳେ ଏହା ବୁଦ୍ଧିଜୀବୀ ମହାଲରେ ଆଲୋଚନାର ବିଷୟ ହୋଇଛି l