ଟିକାବାଲି ମା ବ୍ୟାଘ୍ରଦେବୀ ଯାତ୍ରା କମିଟି ଗଠିତ, ଦଶହରା ଉପଲକ୍ଷେ କମିଟି ତରଫରୁ ସାମାଜିକ ନାଟକ ମଞ୍ଚସ୍ଥ କରିବା ପାଇଁ ନିସ୍ପତି…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲା ଟିକାବାଲି ବସଷ୍ଟାଣ୍ଡ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଟିକାବାଲି ଯୁବଗୋଷ୍ଠୀ ତଥା ୟୁଥ ୱାରିୟରର ସଦସ୍ୟଙ୍କୁ ନେଇ ମା ବ୍ୟାଘ୍ରଦେବୀ ଯାତ୍ରା କମିଟି ଟିକାବାଲି ଠାରେ ଗଠନ କରା ଯାଇଛି l ଟିକାବାଲିର କଳା, ସଂସ୍କୃତି ଓ ପରମ୍ପରାକୁ ଅଧିକରୁ ଅଧିକ ଆକର୍ଷଣୀୟ, ଦୃଢ଼ ଓ କ୍ରିୟାଶିଳ କରିବା ଏହି କମିଟିର ଉଦେଶ୍ୟ l ଏହି କମିଟିର ପରିଚାଳନା ସଦସ୍ୟରେ ଶ୍ରୀ ତନୁଜ କୁମାର ଭୋଇଙ୍କୁ ସଭାପତି, ଶ୍ରୀ ଯୁଗଳ କିଶୋର ପଣ୍ଡା ଓ ଶ୍ରୀ ସାଇ ପ୍ରସାଦ ବେହେରାଙ୍କୁ ଉପସଭାପତି, ଶ୍ରୀ କୁମୁଦ ଚନ୍ଦ୍ର ସାହୁଙ୍କୁ ସମ୍ପାଦକ, ଶ୍ରୀ ବିକ୍ରାନ୍ତ ଭୋଇଙ୍କୁ ସହ ସମ୍ପାଦକ, ଶ୍ରୀ ଅରବିନ୍ଦ ମହାପାତ୍ର ଓ ଶ୍ରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ କୋଷାଧକ୍ଷ ରୂପେ ସର୍ବ ସମତି କ୍ରମେ ମନୋନୀତ କରାଗଲା l ଏହି କମିଟିର ଉପଦେଷ୍ଟା ମଣ୍ଡଳୀ ଭାବେ ଶ୍ରୀ ଦୀନବନ୍ଧୁ ମହାନ୍ତି, ଶ୍ରୀ ପ୍ରଶାନ୍ତ ବେହେରା, ସରପଞ୍ଚ ଶ୍ରୀ କୁନ୍ଦୁରୁ ମଲ୍ଲିକ, ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀ ଦିଲୀପ କହଁର, ଶ୍ରୀ ସୁନୀଲ ଭୋଇ, ଶ୍ରୀ ପ୍ରଶାନ୍ତ ପଣ୍ଡା, ଶ୍ରୀ ସନ୍ତୋଷ ସାମନ୍ତରାୟ, ଶ୍ରୀ ଦୀନକୃଷ୍ଣ ମହାପାତ୍ର ପ୍ରମୁଖ ମୋନୋନିତ ହୋଇ ଛନ୍ତି l ଟିକାବାଲି ଠାରେ ଦଶହରା ଉପଲକ୍ଷେ ଏହି କମିଟି ତରଫରୁ ଏକ ସାମାଜିକ ନାଟକ ମଞ୍ଚସ୍ଥ କରିବା ପାଇଁ ମଧ୍ୟ ସର୍ବ ସମ୍ମତି କ୍ରମେ ସ୍ଥିର ସ୍ଥିର କରାଯାଇଛି l ଏହି ବୈଠକରେ ଟିକାବାଲିର ଅନେକ ସକ୍ରିୟ ସଦସ୍ୟ ଧର୍ମେନ୍ଦ୍ର ସାହୁ, ଟିକିନା ସାହୁ, ରାହୁଲ ଭୋଇ, କିସାନ ପ୍ରଧାନ, ଦିପ୍ତି ଦଳବେହେରା, ସନ୍ତୋଷ ମହାନ୍ତି, ଦେବୀ ସାହୁ, ସୁବଳ ଦିଗାଳ, ପ୍ରମିଶ ଦିଗାଳ, ସମୀର ବାରିକ, କାଳିଆ ସାହୁ, ରଞ୍ଜିତ କହଁର, ଜିତୁ ସାହୁ, ଦିତିକୃଷ୍ଣ ପାତ୍ର, ଜାଗାକାଳିଆ ବେହେରା, ରାଜକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l