ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ଦୀପ ପ୍ରଜ୍ଜଳନ……

ଅନୁସନ୍ଧାନ ଭାରତ(ବ୍ୟୁର): ସୋମବାର ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବା ପାଇଁ ସ୍ଥାନୀୟ ବିଜେପି ତରଫରୁ ଘୁ.ଉଦୟଗିରି ସ୍ଥିତ ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏନ୍ ଡି ଏ ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନଗର ବିଜେପି ତରଫରୁ ସାମୂହିକ ଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ନଗର ସଭାପତି ଉଦେସନ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ନଗର ସାଧାରଣ ସମ୍ପାଦକ ପ୍ରଶାନ୍ତ ବଗର୍ତ୍ତୀ, ଭେଙ୍କଟେଶ୍ୱର ବେହେରା, ସୁଜିତ୍ ସାହୁ, ସଙ୍ଗୀତ ନାୟକ, ନିଶାରାଣି ନାୟକ, କୁନ୍ତିମା ମଲ୍ଲିକ, ନୀଳମାଧବ ପ୍ରଧାନଙ୍କ ସମେତ ବରିଷ୍ଟ କାର୍ଯ୍ୟକର୍ତ୍ତା ଭିମସେନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I