ତୁମୁଡ଼ିବନ୍ଧ ଥାନାରେ କଂଗ୍ରେସ ସଭାପତିଙ୍କ ଧାରଣା, ଦୋଷୀଙ୍କୁ ଗିରଫ ନ କଲେ ଆଗାମୀ ଦିନରେ ଜୋରରସରରେ ଆନ୍ଦୋଳନ ହେବ – କଂଗ୍ରେସ ସଭାପତି ଶ୍ରୀ ଗିରିଶଚନ୍ଦ୍ର ପରାସେଟ
ଅନୁସନ୍ଧାନ ଭାରତ(ବ୍ୟୁର): ତୁମୁଡ଼ିବନ୍ଧ ବ୍ଲକ କଂଗ୍ରେସ ସଭାପତିଙ୍କୁ ବିଜେଡ଼ି ପଞ୍ଚାୟତ ସଭାପତି ଆକ୍ରମଣ ଘଟଣାରେ ତୁମୁଡ଼ିବନ୍ଧ ବ୍ଲକ କଂଗ୍ରେସ ଓ ବିଜେପି ଦଳୀୟ କର୍ମୀ ପହଞ୍ଚିଥାନା ଘେରାଉ କରିଥିଲେ l କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ କଂଗ୍ରେସ ସଭାପତି ଗତ ତା 13/7/2022/ରେ ଖାଇବା ନିମନ୍ତେ ସ୍ଥାନୀୟ ରାମପୁର ଛକରେ ଥିବା ବିଶାଳ ଡାବାକୁ ଯାଇଥିଲେ l ଏହି ଯିଶାୟ ମଣ୍ଡଳ ନାମକ ବ୍ୟକ୍ତି ହଟେଲ ଭିତରେ ପ୍ରଭେଶ କରି ହଠାତ ଆକ୍ରମଣ କରି ନିଜ ଜାତି ଉପରେ ଆକ୍ଷପ କରି ଗାଳି ଗୁଳଜ କରିବା ସହିତ ମାଡ଼ ମଧ୍ୟ ମାରିଥିବାର ଅଭିଯୋଗ ହୋଇଛି l ସେହି ଘଟଣାକୁ ପ୍ରତିବାଦରେ ଆଜି ବିଜେପି ଏବଂ କଂଗ୍ରେସ ଦଳ ମିଳିତ ହୋଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ପଦଖେପ ନେବା ନିମୋନ୍ତେ ଆନ୍ଦୋଳନ କରିଛନ୍ତି l ଘଟଣା ଘଟିବାର ୩ ଦିନ ବିତିଯାଇ ଥିଲେ ମଧ୍ୟ ପୁଲିସ ଦୋଷୀଙ୍କ ବିରୁଦ୍ଧରେ ଯେକୌଣସି କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରି ନାହିଁ l ‘ଆମେ ଚାହୁଁଛୁ ଆମକୁ ନିଆଁୟ ଦିଆ ଯାଉ ଦୋଷୀଙ୍କୁ ଧରାଯାଉ ନ ହେଲେ ଆଗାମୀ ଦିନରେ ଜୋରରସର ରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ସଭାପତି ଶ୍ରୀ ଗିରିଶଚନ୍ଦ୍ର ପରାସେଟ’ l