ବ୍ରାହ୍ମଣୀଗାଁରେ ୧୩ତମ ସିଏସସି ଦିବସ ପାଳିତ

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠଗୋଟି ପଞ୍ଚାୟତରେ କାର୍ଯ୍ୟରତ ସି ଏସ ସି କେନ୍ଦ୍ର ପରିଚାଳକମାନଙ୍କୁ ନେଇ ୧୩ତମ ସିଏସସି ଦିବସ ପାଳନ କରାଯାଇଛି l ଏହି ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ପରିଚାଳକ ବିନାୟକ ସାବତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ବ୍ରାହ୍ମଣୀଗାଁ ସ୍ଥିତ ଲିଙ୍ଗରାଜ ପଣ୍ଡାଙ୍କ ସିଏସସି କାର୍ଯ୍ୟାଳୟରେ ଅନ୍ୟାନ୍ୟ ସିଏସ ସି କେନ୍ଦ୍ର ପରିଚାଳକ, କୁକୁ ମନ୍ତ୍ରୀ, ଜିତେନ୍ଦ୍ର ରାଜଗୁରୁ, ବିପିନି କୁମାର ସାହୁ, ଅନୀଲ କୁମାର ବେହେର ଦଳେଇ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ l ଏହି ଅବସରରେ ମୂଖ୍ୟ ଅତିଥି ଶ୍ରୀ ସାବତଙ୍କ ଦ୍ଵାରା କେକ କଟା ଯାଇଥିଲା l ପରେ ସିଏସସିର କାର୍ଯ୍ୟ ପନ୍ଥା ଏବଂ ସରକାରୀ ଯୋଜନାକୁ ଗ୍ରାମାଞ୍ଚଳ ସ୍ତରରେ କିଭଳି କାର୍ଯ୍ୟକାରୀ କରାଯାଇ ପାରିବ ସେ ନେଇ ସମସ୍ତ କେନ୍ଦ୍ର ପରିଚାଳକ ମାନଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟ ଅତିଥି l