ଅନୁସନ୍ଧାନ ଭାରତ(ବ୍ୟୁର): କୋଟଗଡର ବିଭିର୍ନ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ ରତ ଠିକା କର୍ମଚାରୀ ସଙ୍ଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାଜସ୍ୱ ଆଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଏକ ଦୁଇ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି l ଚୁକ୍ତିଭିତିକ ନିଯୁକ୍ତି ସଙ୍ଘ ଜିଲ୍ଲା ସଭାପତି ଅଶୋକ ଗୌଡ଼ଙ୍କ ନେତୃତ୍ୱରେ ରାଜସ୍ବ ବିଭାଗ, ଶିକ୍ଷା ବିଭାଗ, ସାମାଜିକ ଭିନ୍ନ କ୍ଷମ ବିଭାଗ ସମେତ ସମସ୍ତ ବିଭାଗର କର୍ମଚାରୀ ମାନେ ଏକତ୍ରିତ ହୋଇ ଦସ୍ତଖତ ସଂଗ୍ରହ କରି ପ୍ରଥମେ କୋଟଗଡ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ l