ସ୍ବର୍ଗତଃ ଲେକ୍ଚର ବୁଲିଆନଙ୍କ ଉଦେଶ୍ୟରେ ଶୋକ ସଭା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ମାସ ୧୫ରେ ହୃଦଘାତରେ ମୃତ୍ୟୁବରଣ କରିଥିବା କାଉନସିଲର ସ୍ବର୍ଗତଃ ଲେକଚରର ବୁଲିଆନଙ୍କ ଚିରସ୍ମୃତି ଉଦେଶ୍ୟରେ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସର ମଧ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି I ସ୍ବର୍ଗତଃ ଲେକଚରର ବୁଲିଆନ ଜଣେ ବରିଷ୍ଠ ରାଜନୀତିଜ୍ଞ, ଆଇନଜୀବୀ, ଅଧ୍ୟାପକ ଓ ସମାଜସେବୀ ହୋଇଥିବାରୁ ଚିରଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବେ ବୋଲି ଉପସ୍ଥିତ କାଉନସିଲର ନିଜସ୍ୱ ମତା ମତ ରଖିଥିଲେ I ଉକ୍ତ ଶୋକସଭାରେ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ସଂଗୀତା ନାୟକ, ନିଷାରାଣି ନାୟକ, ମୋନାଲିଷା ଦଳବେହେରା,ପି. ସଞ୍ଜୀବ କୁମାର ପାତ୍ର, ଭାରତୀ ବେହେରା, ଯାକେଶ କୁମାର ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଚ୍ଛା, କୁନ୍ତିମା ମଲ୍ଲିକ,ଲିପିକା ପ୍ରଧାନ, ନନ୍ଦିତା ପ୍ରଧାନ, ଦୀପକ କୁମାର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ନାୟକ ତଥା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡ଼ଙ୍ଗୀ ଏବଂ ସମସ୍ତ ପରିଷଦ କର୍ମଚାରୀ ଉପସ୍ଥିତ ଥିଲେ I