ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା….

ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଲୋକଡାଉନ

ଅନୁସନ୍ଧାନ ଭାରତ(ବ୍ୟୁର): ଦେଶରେ କରୋନାର ୨ୟ ତରଙ୍ଗ ବର୍ତ୍ତମାନ ମଧ୍ୟ ନିଜର କାୟା ବିସ୍ତାର କରି ରହିଛି I ପ୍ରତିଦିନ ଲକ୍ଷ ଲକ୍ଷ ଲୋକେ ସଂକ୍ରମିତ ହେବା ସହ ହଜାର ହଜାର ଲୋକେ ମୃତ୍ୟୁ ବରଣ କରୁଛନ୍ତି। ସଂକ୍ରମଣକୁ ରୋକିବାକୁ ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ଏବଂ ଆବଶ୍ୟକ ନିୟମ ଲାଗୁ ହେବା ସହ ମେଡିକାଲ ସେବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି I ଦେଶରେ ଦିନକରେ ୩ ଲକ୍ଷ ୧୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି I
ଏଭଳି ସମୟରେ ରାଜଧାନୀ ଦିଲ୍ଲୀରେ ପୂର୍ବରୁ ତାଲାବନ୍ଦ ଲାଗୁ କରାଯାଇଥିବା ବେଳେ ଏହାକୁ ପୁଣି ବୃଦ୍ଧି କରାଯାଇଛି I ଦିଲ୍ଲୀରେ ଆଉ ଏକ ସପ୍ତାହ ତାଲାବନ୍ଦ ଘୋଷଣା ହୋଇଛି I ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ୨୪ ମେ ଯାଏଁ ତାଲାବନ୍ଦ ଲାଗୁ କରାଯିବା ନେଇ ଆଜି ଘୋଷଣା କରିଛନ୍ତି I ତାଲାବନ୍ଦ ସମୟରେ ସମସ୍ତ କଟକଣା ଲାଗୁ ସହ କେବଳ ଅତ୍ୟାବଶ୍ୟକ ସେବାକୁ ହିଁ ଅନୁମତି ପ୍ରଦାନ କରାଯାଇଛି I