ଆମାନିଆଙ୍କୁ ସାବାଡ଼ ପାଇଁ ଘୁ.ଉଦୟଗିରି ସହରରେ ଯାଞ୍ଚ କଡ଼ାକଡ଼ି…

ଫାଇନ କାଟିବାକୁ ନେଇ ଉତ୍ତେଜନା, ତହସିଲଦାରଙ୍କ ବୁଝାସୁଝା ପରେ ଥମିଲା ଉତ୍ତେଜନା

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସହର ଆଜି ସକାଳେ ଲୋକଡାଉନ ପରେ ବେସ ଚଳଚଞ୍ଚଳ ହୋଇ ଥିଲା I ଘୁ. ଉଦୟଗିରି ସହର ଉପରେ ନିର୍ଭର କରୁଥିବା ବିଭିନ୍ନ ଅଂଚଳରୁ ଜନାସାଧରଣ ଆବଶ୍ୟକୀୟ ଜିନିଷ ପାଇଁ ସହରକୁ ଆସି ଥିଲେ I ଯାହା ପାଇଁ ସହର ଚଳଚଞ୍ଚଳ ହେବା ସହ ଗହଳି ହୋଇ ଥିଲା I ଗହଳି ଆୟତ ଏବଂ ଆମାନିଆଙ୍କୁ ସାବାଡ଼ କରିବା ପାଇଁ ସ୍ଥାନୀୟ ତହସିଲଦାର ଦାର ସହରର ବିଭିନ୍ନ ସ୍ଥାନ ବୁଲିବା ସହ ଯାନବାହନ ଯାଞ୍ଚ କରି ଥିଲେ I ଏହି ସମୟରେ ଯାଞ୍ଚ କରିବା ବେଳେ ଫାଇନ କାଟିବାକୁ ନେଇ ଉତ୍ତେଜନା ମଧ୍ୟ ପ୍ରକାଶ ପାଇ ଥିଲା I ଜନସାଧାରଣଙ୍କୁ ତହସିଲଦାର ବୁଝାସୁଝା କରିବା ପରେ ଉତ୍ତେଜନା ଥମି ଥିଲା I ଜରୁରୀ କାମ ନ ଥିଲେ ଆଯଥା ବଜାରକୁ ଆସି ଗହଳି ନ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇ ଛନ୍ତି ସ୍ଥାନୀୟ ତହସିଲଦାର ଜନ୍ମେଜୟ ସାହୁ I