ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ ଦିନ ଦି ପହରରେ ପୁଲିସକୁ ଚକମା ଦେଇ ଫେରାର୍ ହେଲେ କଏଦି I ଫେରାର କଏଦି ପରିଚୟ ସମ୍ପର୍କରେ କାରାଗାର ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଉନାହିଁ I
କେଏଦିକୁ କାବୁ କରିବା ପାଇଁ କାରାଗାର ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରହିଛି I ଘଟଣା ସମ୍ପର୍କରେ ଶେଷରେ ବାଲିଗୁଡ଼ା ଥାନାରେ କାରାଗାର ପକ୍ଷରୁ ଲିଖିତ ଅଭିଯୋଗ କରା ଯାଇଥିବା ଜଣାପଡ଼ିଛି I ପୁଲିସ ସୂଚନା ଅନୁସାରେ ଫେରାର ଅଭିଯୁକ୍ତ ଜଣକ ବ୍ରାହ୍ମଣୀଗାଁ ଅଂଚଳର ତୁକୁନା ମଳିକ(୩୮) I ଏକ ହତ୍ୟା ମାମଲାରେ ଦେଢ଼ ବର୍ଷ ହେବ ଜେଲରେ ଥିଲେ । ବିଚାରାଧିନ କଏଦି କାରାଗାରରୁ ଫେରାର ହେବା ପରେ ଏବେ ଉପଖଣ୍ଡ କାରାଗାରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I