ଘୁ.ଉଦୟଗିରି-ଗ୍ରେସିଙ୍ଗିଆ ରାସ୍ତା ମାରମତି ଓ ନିର୍ମାଣ କାମରେ ଅନିୟମିତତା ଅଭିଯୋଗ: ପିଚୁ ପଡ଼ିବାର ଗୋଟିଏ ଦିନ ପରେ ଫେଡ଼ା ଫେଡ଼ା ହୋଇ ଉଠିଲା ପିଚୁ, ଉତ୍ୟକ୍ତ ଲୋକ ବନ୍ଦ କଲେ ରାସ୍ତା କାମ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ଠାରେ ଘୁ.ଉଦୟଗିରି-ସାରଙ୍ଗଡ଼ ମୁଖ୍ୟ ରାସ୍ତା ନିର୍ମାଣ ଓ ମରାମତି କାମକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି I ଗତ କାଲି ପିଚୁ ପଡ଼ିବା ପରେ ଆଜି ସକାଳେ ଫେଡ଼ା ଫେଡ଼ା ହୋଇ ପିଚୁ ଉଠି ଥିବାର ସ୍ଥାନୀୟ ବାସୀନ୍ଧା ଅଭିଯୋଗ କରିଛନ୍ତି I ଯାହାକୁ ନେଇ ସ୍ଥାନୀୟ ବାସୀନ୍ଧାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇ ଥିଲା I ଉତ୍ୟକ୍ତ ଲୋକ ରାସ୍ତା କାମ ବନ୍ଦ କରି ଦେଇ ଥିଲେ I କିଛି ମାସ ପୂର୍ବେ ରାସ୍ତାର ନିର୍ମାଣ କାମ ହୋଇ ଥିଲା I

csp

ନିମ୍ନ ମାନର କାମ ହୋଇ ଥିବା ଯୋଗୁ ମାତ୍ରକ କିଛି ମାସ ପରେ ପିଚୁ ଉଠିଥିଲା I ପୁଣି କିଛି ଦିନ ହେବ ରାସ୍ତା କାମ ଆରମ୍ଭ ହୋଇ ଥିଲା I ଯାହାକି ଠିକାଦାର ଓ ବିଭାଗୀୟ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକା ବୋଲି ଅଞ୍ଚଳର ଯୁବକ ଅତୁଳ ମଲ୍ଲୀକ ମତପ୍ରକାଶ କରିଛନ୍ତି I ଯାହା ପାଇଁ ଏହି ରାସ୍ତାର ନିର୍ମାଣ କାମ ବର୍ଷବର୍ଷ ଧରି ସରୁ ନାହିଁ I ହେଉ ଥିବା ରାସ୍ତା କାମ ଅତି ନିମ୍ନମାନର ବୋଲି ଅଞ୍ଚଳର ଯୁବକ ଅତୁଳ ମଲ୍ଲୀକ ଅଭିଯୋଗ କରିଛନ୍ତି I ରାସ୍ତ କାମ ତଦାରଖ କରୁଥିବା ସୁପରଭାଇଜର ସୂଚନା ଅନୁସାରେ ଗ୍ରେସିଙ୍ଗିଆ ଛକ ଠାରୁ ଘୁ.ଉଦୟଗିରି ପର୍ଯ୍ୟନ୍ତ ଘୁ. ଉଦୟଗିରି-ସାରଙ୍ଗଡ଼ ପୁନଃ ମରାମତି କରାଯାଉ ଥିଲା I ପିଚୁ ବସିନ ଥିବାରୁ ପିଚୁ ଉଠୁ ଥିବା ସୁପରଭାଇଜର କହିଛନ୍ତି I ସ୍ଥାନୀୟ ବାସୀନ୍ଧାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ରାସ୍ତା କାମ ବନ୍ଦ ରହିଥିବା ସୂଚନା ମିଳିଛି I ନିମ୍ନମାନର ରାସ୍ତା କାମ ହେଉ ଥିବା ଅଭିଯୋଗରେ ଅଞ୍ଚଳର ବାସିନ୍ଦା ଦିଲ୍ଲୀପ ମଲ୍ଲିକ, ମାନସ ପ୍ରଧାନ, ଅତୁଲ ମଲ୍ଲିକ, ସୌମ୍ୟରଂଜନ ସାହୁ, ଅଜୟ ପ୍ରଧାନ, ମନୋଜ ବେହେରା, ଅରୁଣ ପ୍ରଧାନ, ମନୋଜ ନାୟକ ଏଵଂ ଗ୍ରାମବାସୀ ବୃନ୍ଦ ଅଭିଯୋଗ କରି ରାସ୍ତା କାମ ବନ୍ଦ କରିବା ପାଇଁ ନିର୍ମାଣ କାରୀ ସଂସ୍ଥାର କର୍ମଚାରୀଙ୍କୁ କହି ଥିଲେ I ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଘୁ.ଉଦୟଗିରି ଠାରୁ ଗ୍ରେସିଙ୍ଗିଆ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ବର୍ଷ ବର୍ଷ ଧରି ହେଉଛି Iରାସ୍ତା କାମ ବାରମ୍ବାର ହେଉଥିଲେ ସୁଦ୍ଧା କୌଣସି ପ୍ରକାର ଉନ୍ନତମାନର ରାସ୍ତା କାମ ହେଉନଥିଵା କହିଛନ୍ତି ଅଞ୍ଚଳ ବାସୀ I ଯଦି ପ୍ରଶାସନ ଗ୍ରେସିଙ୍ଗିଆ ବାସୀଙ୍କ ଦାବୀ ପ୍ରତି କର୍ଣ୍ଣପାତ ନ କରନ୍ତି ତାହେଲେ ଆଗାମୀ ଦିନରେ ଗ୍ରେସିଙ୍ଗିଆ ବାସୀ ରାଜ ରାସ୍ତାକୁ ଓଲ୍ହେଇବେ ବୋଲି ଚେତାବନୀ ଦେଇଛନ୍ତି I