ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଶୀତର ଲହରୀ ଫେରି ଆସିଛି I ଏହାର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସମେତ ବିଭିନ୍ନ ଅଞ୍ଚଳରେ ଶୀତ ଅନୁଭୂତ ହେଉଛି I ଶୀତର ଲହରୀ ଆରମ୍ଭ ହେବା ମାତ୍ରକେ ଘୁ.ଉଦୟଗିରି ଠାରେ ପ୍ରବଳ ଜାଡ ଅନୁଭୂତ ହେଉଛି I ସନ୍ଧ୍ୟା ହେଲେ ଥଣ୍ଡାର ପ୍ରଭାବ ଯୋଗୁଁ ଘୁ.ଉଦୟଗିରି ସହର ଜନଶୁନ୍ୟ ହେଉଛି I ଅଞ୍ଚଳ ବାସୀ ସନ୍ଧ୍ୟା ୭.୩୦ମିରୁ ଉର୍ଦ୍ଧ୍ବ ହେଲେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଟାଟିକବାଟ ପକାଇ ଘରେ ରହି ଗରମ ବସ୍ତ୍ର ଓ ନିଆଁର ସହାରା ନେଉ ଥିବାର ଦେଖା ଦେଇଛି I ପ୍ରବଳ ଥଣ୍ଡା ଯୋଗୁଁ ଅଞ୍ଚଳ ବାସୀ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମର୍ଣ୍ଣିଇଂୱାକରେ ଯିବା ସହ ଚା ଦୋକାନରେ ଚା’ର ମଜା ମଧ୍ୟ ନେଉଛନ୍ତି I 


ଘୁ.ଉଦୟଗିରିରେ ଠାରେ ଥଣ୍ଡା ସାଙ୍ଗକୁ ପ୍ରବଳ କୁହୁଡ଼ି ମଧ୍ୟ ଅନୁଭୂତ ହେଉଛି I ରାତ୍ରି ବଢ଼ିବା ସହ କୁହୁଡ଼ି ମଧ୍ୟ ବଢ଼ି ଥାଏ I କୁହୁଡ଼ି ସକାଳ ୧୦ଟା ପର୍ଯ୍ୟନ୍ତ ହୋଇଥାଏ ଓ ଶୀତ ଦିନ ଏବଂ ରାତ୍ରି ଲାଗି ରହୁଛି I ଘୁ.ଉଦୟଗିରି ସହରର ରାତ୍ରିର ତାପମାତ୍ରା ୫ ଡିଗ୍ରି ସେଣ୍ଟଗ୍ରେଟରୁ ତଳେ ରହୁଥିବା ବେଳେ ଦିନ ବେଳା ପାଖାପାଖି ୭ ରୁ୮ ସେଣ୍ଟିଗ୍ରେଟ ରହୁଥିବା ଅଞ୍ଚଳବାସୀ ଅନୁମାନ କରୁଥିବା କହିଛନ୍ତି I ଘୁ.ଉଦୟଗିରି ଠାରେ ତାପମାତ୍ରା ମାପକ ଯନ୍ତ୍ର ଥିଲେ ସୁଦ୍ଧା ସରକାରୀ ଭାବରେ ତାପମାତ୍ରା ପ୍ରକାଶ କରାଯାଉନ ଥିବାରୁ ପର୍ଯ୍ୟଟକଙ୍କ ପାଖରେ ସୂଚନା ପହଞ୍ଚି ପାରୁନାହିଁ I ଯାହା ପାଇଁ ଘୁ.ଉଦୟଗିରିର ସୁନ୍ଦର ଜଳବାୟୁ ଓ କାଲିଗାଡୁ, ସିର୍କୀ ଘାଇ, କଳିଙ୍ଗିଆ ଘାଟି ଏବଂ ବୋଟାନିକାଲ ଗାର୍ଡେନ, ମୁକୁଲିଙ୍ଗିଆ କଫି ବଗିଚା ଭଳିଆ ଅନେକ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ସୁନ୍ଦର ଦୃଶ୍ୟ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଆସୁ ନାହାନ୍ତି ଓ ଏହି ସ୍ଥାନ ଗୁଡ଼ିକର ବିକାଶ ପାଇଁ ପ୍ରଶାସନ ର ଦୃଷ୍ଟି ପଡୁନ ଥିବା ଅଞ୍ଚଳ ବାସୀ ମତ ପ୍ରକାଶ କରିଛନ୍ତି I ତେଣୁ ପ୍ରଶାସନ ଘୁ.ଉଦୟଗିରିର ସୁନ୍ଦର ପାଗ ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ଲୋକାଲୋଚନକୁ ଆଣିବା ପାଇଁ ହେଲେ ତାପମାତ୍ରା ସର୍ବସାଧାରଣରେ ପ୍ରକାଶ କରିବା ସହ ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ପ୍ରଚାର ପ୍ରସାର କରିବା ପାଇଁ ନିତାନ୍ତ ଆବଶ୍ୟକ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି I ଯାହା ଫଳରେ ଘୁ.ଉଦୟଗିରି ସହରକୁ ପର୍ଯ୍ୟଟକଙ୍କ ଆଗମନ ହେବା ସାଙ୍ଗକୁ ଅଞ୍ଚଳ ବାସୀଙ୍କ ଆର୍ଥିକ ସମସ୍ୟା ଦୂର ହେବ ବୋଲି ଘୁ.ଉଦୟଗିରି ବାସୀ ମତପ୍ରକାଶ କରିଛନ୍ତି I