ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କଳିଙ୍ଗା ଘାଟିରେ ଆଜି ସଂନ୍ଧ୍ୟା ୬.୩୦ମି ସମୟରେ ଏକ ପଶ୍ଚିମବଙ୍ଗର ମେଦିନପୁର ଅଂଚଳର ପ୍ରାୟ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀବବସ ନମ୍ବର -WB-29A -2999ରେ ଦାରିଙ୍ଗବାଡି ବୁଲିବାକୁ ଆସି ପୁରୀ ଯାଉଥିଲେ I 

ହେଲେ ଆଜି ଦାରିଙ୍ଗବାଡିରୁ ପଶ୍ଚିମବଙ୍ଗ ଫେରିବା ସମୟରେ ବସ ଟି ଭାରସାମ୍ୟ ହରେଇ ଘାଟିରେ ଓଲଟି ପଡ଼ିଥିବା ସୂଚନା I ଗାଡ଼ିଟି ଦୁର୍ଘଟଣା ହେବା ଫଳରେ ବହୁ ଯାତ୍ରୀଙ୍କ ଗୁରୁତ୍ୱର ହୋଇ ଛନ୍ତି I ବର୍ତମାନ ସୁଦ୍ଧା ମୃତାହତ ଓ ଆହତଙ୍କ ସୂଚନା ମିଳିପାରିନାହିଁ I ଉଦ୍ଧାର କାର୍ଯ୍ୟ ଜାରି ରହିଛି I ତିନି ଜଣ ଗୁରୁତ୍ୱର ହେବାରୁ ୧୦୮ ଆମ୍ବୁଲାନ୍ସରେ ଫୁଲବାଣୀ ମେଡିକାଲକୁ ରେଫର କରାଯାଇଛି I ବର୍ତ୍ତମାନ ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଉଛି I ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩୭ ଜଣ ଆହତକୁ ଭର୍ତ୍ତି କରାଯାଇ ଥିବା ବେଳେ ୧୩ ଜଣଙ୍କୁ ଫୁଲବାଣୀକୁ ସ୍ଥାନାନ୍ତରିତ କରାଯାଇଛି I ଏହା ବ୍ୟତୀତ ଟିକାବାଲି ଓ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠା ଯାଇ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି I