ଶବ ବ୍ୟବଚ୍ଛେଦରେ ବିଳମ୍ବକୁ ନେଇ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦକୁ ନେଇ ମେଡିକାଲରେ ଚାପା ଉତେଜନା ଦେଖିବାକୁ ମିଳିଛି I ସୂଚନା ଅନୁଯାୟୀ ଗତ କାଲି ତିନି ସାଙ୍ଗ ଏକ 220 ପୋଲସ୍ ବାଇକରେ କୈାଣସି କାମରେ ଘୁ.ଉଦୟଗିରି ଠାରୁ ରାଇକିଆ ଅଭି ମୁଖେ ଆସୁଥିବା ସମୟରେ ବାଇକ ଭାରସାମ୍ୟ ହରାଇ ବାକିଙ୍ଗିଆ ମୁଖ୍ୟରାସ୍ତାରେ ଏକ ଗଛକୁ ପିଟି ହୋଇ ଥିଲା I ଯାହା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା I ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ସ୍ଥାନାନ୍ତରିତ କରାଯାଇଥିଲା I ସେଠାରେ ଅମିତ କୁମାର ଦିଗାଲଙ୍କୁ ଡକ୍ଟର ମୃତ୍ୟୁ ଘୋଷଣା କରିନଥିଲେ I ଗତ କାଲି ପ୍ରାୟ ୪ଟା ସମୟ ଠାରୁ ରାଇକିଆ ମେଡିକାଲରେ ଶବ ଦୁଇଟି ବ୍ୟବଚ୍ଛେଦ ନ ହୋଇ ଆଜି ପର୍ଯ୍ୟନ୍ତ ପଡ଼ିରହିଥିବା ଯୋଗୁଁ ମେଡିକାଲ ରେ ଚାପା ଉତେଜନା ଦେଖାଦେଇଛି I ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ କରି ଥିଲା I ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି I ତେବେ ଗ୍ରାମବାସୀ କହିବା ଅନୁଯାୟୀ ରାଇକିଆ ମେଡିକାଲରେ ଶବ ବ୍ୟବଚ୍ଛେଦ ଗୃହ ଥାଇ ବି ଶବ ବ୍ୟବଚ୍ଛେଦ କରିବା ପାଇଁ ଷ୍ଟାଫ ନଥିବା ଯୋଗୁଁ ଶବ ଦୁଇ ଦିନ ଧରି ଶବ ମେଡିକାଲ ବାରଣ୍ଡାରେ ପଡ଼ିରହୁଛି I ବାଲିଗୁଡା କିମ୍ବା ସାରଙ୍ଗଡରୁ ଆସିଲେ ଶବ ବ୍ୟବଚ୍ଛେଦ କରାଯିବ I ବାରମ୍ବାର ଅଞ୍ଚଳବାସୀ ଅଭିଯୋଗ କରିବା ସତ୍ୱେ ମଧ୍ୟ କୈାଣସି ସମସ୍ୟାର ସମାଧାନ ହେଇପାରୁ ନାହଁ I ଆଗାମୀ ଦିନରେ ଯଦି ସମସ୍ୟାର ସମାଧାନ ନହୁଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି I