ନିର୍ଭିକ୍ଷ, ତଥ୍ୟାଭିତିକ ସମ୍ବାଦ ପରିବେଷଣ କରିବା ସହ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରିବା ହିଁ ସାମ୍ବାଦିକତା: ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଘୁ.ଉଦୟଗିରି ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି I ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ବରିଷ୍ଠ ସାମ୍ବାଦିକ ଦେବନାଥ ଦଳବେହେରା, ସାମ୍ବାଦିକ ପ୍ରଶ୍ନ କୁମାର ମିଶ୍ର, ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ବାଦିକ ଅନିଲ କୁମାର ଦଳବେହେରା, ସାମ୍ବାଦିକ କେ ଲିଲିମା ରାଓ, ସାମ୍ବାଦିକ ତପସ୍ୱିନୀ ମଲ୍ଲୀକ, ସାମ୍ବାଦିକ ଗୁପ୍ତେଶ୍ଵର ପ୍ରଧାନ, ସାମ୍ବାଦିକ ସୁଜିତ କୁମାର ସାହୁ, ସାମ୍ବାଦିକ ଚନ୍ଦ୍ର ଶେଖର ପାଢ଼ୀଙ୍କ ସମେତ ଅନ୍ୟ ସାମ୍ବାଦିକ ଉପସ୍ଥିତ ଥିଲେ I ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ ସାମ୍ବାଦିକତାର ଉଦ୍ଧେଶ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ I ଏହା ସହ ଉପଖଣ୍ଡ ସୂଚନାଧିକାରୀଙ୍କ ନିଯୁକ୍ତି, ଉପଖଣ୍ଡ ସୂଚନାଧିକାରୀଙ୍କ କାର୍ଯ୍ୟଳୟର ତଦାରଖ ଓ ମରାମତି ପାଇଁ ଘୁ.ଉଦୟଗିରି ପ୍ରେସ କ୍ଳବ ପକ୍ଷରୁ ଦାବୀ କରାଯାଇଛି I ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଗଗନ କୁମାର ପ୍ରଧାନ ପରିଚାଳନା କରିଥିଲେ I ଆଜିକାର ଏହି ଜାତୀୟ ପ୍ରେସ ଦିବସରେ ପ୍ରେସ କ୍ଳବର କିଛି ସାମ୍ବାଦିକ ବନ୍ଧୁ ବର୍ଷା ଯୋଗୁଁ ଯୋଗ ଦେଇ ପାରିନ ଥିଲେ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଜଣାଇ ଛନ୍ତି I ନିର୍ଭିକ୍ଷ, ତଥ୍ୟାଭିତିକ ସମ୍ବାଦ ପରିବେଷଣ କରିବା ସହ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା କୁ ଉପସ୍ଥାପନ କରିବା ପାଇଁ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ ଆହ୍ୱାନ ଦେଇଛନ୍ତି I ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କର୍ମଚାରୀ ଜ୍ଞାନ ରଞ୍ଜନ କର ଆଜିକାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କାରିଥିଲେ I ଶେଷରେ ସାମ୍ବାଦିକ ପ୍ରସନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ I