ଫୁଲବାଣୀ ଠାରେ ୫୫ ତମ ଜାତୀୟ ପ୍ରେସ ଦିବସ ୨୦୨୧ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରେସ କ୍ଲବ ଫୁଲବାଣୀର ମିଳିତରେ ଫୁଲବାଣୀ ପ୍ରେସ କ୍ଲବ ଠାରେ ୫୫ତମ ଜାତୀୟ ପ୍ରେସ ଦିବସ ୨୦୨୧ ପାଳିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ସମ୍ମନିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ଯୋଗଦେଇ ସାମ୍ବାଦିକମାନେ ସମାଜର ଉନ୍ନତି ସକାଶେ ଯେଉଁ ସମାଜ ଧର୍ମୀ ଖବର ପରିବେଶଣ କରୁଛନ୍ତି ଅତି ଆଦରର କଥା I

csp

ମହାମାରୀ କୋରନା କାଳରେ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିଲେ I ଏହି ସମାଜର ଜାଗ୍ରତ ପ୍ରହରୀମାନଙ୍କୁ ଆଜିର ଜାତୀୟ ପ୍ରେସ ଦିବସର ଶୁଭେଚ୍ଛା ଜଣାଇବା ଆବଶ୍ୟକ ବୋଲି କହିଥିବାବେଳେ ମୁଖ୍ୟ ବକ୍ତା ଭାବେ ସମ୍ବାଦ ଜିଲ୍ଲା ପ୍ରତିନିଧି ତଥା ଜନଜାତି ଗବେଷକ ଡ଼ଃ ରଞ୍ଜନ କୁମାର ପ୍ରଧାନ ଯୋଗ ଦେଇ ସାମ୍ବାଦିକର ପ୍ରକୃତ କର୍ତ୍ତବ୍ୟ କଣ?? ଜଣେ ଭଲ ସାମ୍ବାଦିକ ଟିଏ ହେବାକୁ ହେଲେ ଲୋକଙ୍କ ସମସ୍ୟା ପ୍ରତି ଜଡ଼ିତ ହେବା ଦରକାର , କେଉଁ ଖବର ପରିବେଷଣ କଲେ ସମାଜର ଉନ୍ନତି ସାଧିତ ହେବା ରେ ସହାୟକ ହେବ ସେ ସମ୍ପର୍କରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆଲୋକପାତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅରୂପ କୁମାର ଜେନା ସାମ୍ବାଦିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି I ସାମ୍ବାଦିକ ପ୍ରକୃତ ସମ୍ବାଦ ପରିବେଷଣ କରି ବିଭିନ୍ନ ସମୟରେ ଆକ୍ରୋଶ ର ଶିକାର ହେଉଛନ୍ତି I ହେଲେ ମଧ୍ୟ ସାମ୍ବାଦିକତା ନିଜର ବ୍ରତ ଭାବରେ ଗ୍ରହଣ କରି ସାମ୍ବାଦିକ ସମ୍ବାଦ ପରିବେଷଣ କରୁଥାଏ ବୋଲି କହିଥିବା ବେଳେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶିଵ ପ୍ରସାଦ ତ୍ରିପାଠୀ, ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହାରଣା, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଅଶୋକ ମହାନ୍ତି, ଅଶୋକ ପରିଡା, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ I ସାମ୍ବାଦିକ ଅଶୋକ ମହାନ୍ତି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ I ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ ଜାତୀୟ ପ୍ରେସ ଦିବସ ପାଳନ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ସମସ୍ତ ସାମ୍ବାଦିକ ଏବଂ ପ୍ରତ୍ୟେକ ବ୍ଲକ ସ୍ତ୍ରରୀୟ ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ I