ଭାରସାମ୍ୟ ହରାଇ ବୋଲେର ଦୁର୍ଘଟଣା, ୨ ଆହତ
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଜାକାମାହା ଠାରେ ଏକ ବୋଲେର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇ ଥିବାର ସୂଚନା ମିଳିଛି I ବୋଲେର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ବିଲ ମଧ୍ୟକୁ ଖସି ଯାଇ ଥିଲା I 


ଏହି ବୋଲେର ଭୁବନେଶ୍ୱର ଠାରୁ ରାଇକିଆ ଅଭିମୁଖେ ଯାଉ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି I ଦୁର୍ଘଟଣାରେ ବୋଲେର ଚାଳକ ଏବଂ ଜଣେ ଯାତ୍ରୀଙ୍କୁ ସାମାନ୍ୟ ଆଘାତ ଲାଗିଛି I ଦୁର୍ଘଟଣାର କାରଣ ଜଣା ପଡ଼ି ନାହିଁ I